ପୋଲିସ ହାତରେ ଛିନତାଇ ଗ୍ୟାଙ୍ଗ୍‌, ୨ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ପୋଲିସ

1 min read

ଭୁବନେଶ୍ୱର: କ୍ୟାପିଟାଲ ଥାନା ପୋଲିସ ହାତରେ ଛିନତାଇ ଗ୍ୟାଙ୍ଗ୍‌ । ୨ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଗିରଫ ୨ ଅଭିଯୁକ୍ତ ହେଲେ ସୁଶାନ୍ତ ମହାରଣା ଓ ତ୍ରିଲୋଚନ ନାଥ । ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ୩୪ଟି ମାମଲା ରହିଛି । ଗତ ୧୯ ତାରିଖରେ ସୂର୍ଯ୍ୟନଗର ଭେନୋସିନ ରେଷ୍ଟୁରାଣ୍ଟ ସମ୍ମୁଖରୁ ମୋଟର ସାଇକେଲରେ ଯାଉଥିବା ଦମ୍ପତିଙ୍କଠାରୁ ଲୁଟ୍‌ କରିଥିଲେ ଏହି ଅଭିଯୁକ୍ତ । ଅଭିଯୋଗ ପରେ କ୍ୟାପିଟାଲ ଥାନା ଓ POPD ଟିମ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।

ଆଜି ଭୋର୍‌ ପ୍ରାୟ ୪ଟା ସମୟରେ ପୋଲିସ ପାଟ୍ରୋଲିଂ ବେଳେ ଭୁବନେଶ୍ୱର କ୍ଲବ ପଛପଟୁ ସନ୍ଦିଗ୍ଧ ଅବସ୍ଥାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଧରିଛି । ସେମାନଙ୍କଠାରୁ ଗୋଟିଏ ପଲସର ବାଇକ, ୫ଟି ମୋବାଇଲ ଫୋନ୍, ଗୋଟିଏ ଭ୍ୟାନିଟି ବ୍ୟାଗ, ଗୋଟିଏ ATM କାର୍ଡ, ୨୦ ଗ୍ରାମ ରୁପା ଓ ୧୦ ହଜାର ଟଙ୍କା ଜବତ କରିଛି କ୍ୟାପିଟାଲ ଥାନା ପୋଲିସ।