ଚାଲିଥିଲା ଡକାୟତି କରିବାର ଯୋଜନା, ଠିକ୍ ସମୟରେ ମାଡ଼ିବସିଲା ପୋଲିସ୍

ଭୁବନେଶ୍ୱର: କମିଶନରେଟ ପୋଲିସ ପଞ୍ଝାରେ ହାଇଓ୍ବେ ଲୁଟେରା। ଡକାୟତି ଯୋଜନା କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଏଥିସହ ପଣ୍ଡ ହୋଇଛି ଡକାୟତି ଯୋଜନା। ଆଜି ଭୋର ୩ଟା ସମୟରେ ପାଟ୍ରୋଲିଂ ବେଳେ ଏହି ୩ ଲୁଟେରାକୁ କାବୁ କରିଛି ପିସିଆର। ପିସ୍ତଲ ଧରି ସତସଙ୍ଗ ବିହାର ରାସ୍ତାରେ ଲୁଟ ପାଟ ପାଇଁ ଯୋଜନା କରୁଥିଲେ। କିନ୍ତୁ ପୋଲିସଙ୍କୁ ଦେଖି ଲୁଟେରା ମାନେ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପିସିଆରରେ ଥିବା ପୋଲିସ ଷ୍ଟାଫ ଏହି ୩ ଲୁଟେରାଙ୍କୁ କାବୁକରି ଥାନାକୁ ଆଣିଥିଲେ। ଗିରଫ ଲୁଟେରାଙ୍କ ଠାରୁ ଗୋଟିଏ ପିସ୍ତଲ ଓ ବାଇକ ଜବତ କରିଛି ପୋଲିସ।