’ସରାଇ’ ଆଇନ ପାଳନ ନେଇ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ

ଭୁବନେଶ୍ୱର: କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ । ସରାଇ ଆଇନ ପାଳନ ହେଉଛି ନା ନାହିଁ ସେନେଇ ପୋଲିସ କରୁଛି ଯାଞ୍ଚ । ଗତକାଲି ୫୮ଟି ହୋଟେଲରେ ଯାଞ୍ଚ କରିଥିଲା ସ୍ପେଶାଲ ଟିମ୍ । ସରାଇ ଆଇନକୁ ଡିଜିଟାଲ କରିଛି ପୋଲିସ । ହୋଟେଲକୁ ଆସୁଥିବା ଲୋକଙ୍କ ତଥ୍ୟ ଦେବାକୁ ସରାଇ ଆପ୍ଲିକେସନ ଲଞ୍ଚ ହୋଇଛି । ଯାଞ୍ଚ ବେଳେ ୫୮ଟି ହୋଟେଲ ଏହି ଆପ୍ଲିକେସନକୁ ଇନଷ୍ଟାଲ କରିବା ସହ ଆସୁଥିବା ଲୋକଙ୍କ ସମସ୍ତ ତଥ୍ୟ ଦେଇଥିବା ପୋଲିସ ଜାଣିବାକୁ ପାଇଛି । ତେବେ ରାଜଧାନୀର ଅନ୍ୟ କିଛି ହୋଟେଲ ଏହି ନିୟମକୁ ଖିଲାପ କରିଥିବା ଜାଣିବାକୁ ପାଇଛି । ଏନେଇ ପୋଲିସ ସେମାନଙ୍କୁ ଚେତାବନୀ ଦେଇଛି । ପୂର୍ବରୁ ରାଜ୍ୟ ବାହାର ଲୋକ ଆସି ରାଜଧାନୀରେ ଅପରାଧ ଘଟାଇଛନ୍ତି ।