ପେଟ୍ରୋଲ ଟାଙ୍କିରେ ବିସ୍ଫୋରଣ ଘଟଣ: ଅପରାଧିକ ମାମଲା ରୁଜୁ କଲା କମିଶନରେଟ ପୋଲିସ

Petrol Pump Blast

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ପେଟ୍ରୋଲ ଟାଙ୍କିରେ ବିସ୍ଫୋରଣ ଘଟଣ । ନିଜ ଆଡୁ ଅପରାଧିକ ମାମଲା ରୁଜୁ କଲା କମିଶନରେଟ ପୋଲିସ । ମାମଲା ରୁଜୁ କରି ବିସ୍ଫୋରଣ କାହିଁକି ହେଲା ତାର ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ବାଲେଶ୍ୱରରୁ ଆସିଥିବା ଆଇଓସିଏଲ ଟିମ ମଧ୍ୟ ତଦନ୍ତ କରୁଛି । ଘଟଣାସ୍ଥଳରେ ଗ୍ୟାସ ଟ୍ରାଜେଡିର ତଦନ୍ତ ଆରମ୍ଭ କରିଛି । ସେହିପରି ୨ଟି ଟାଙ୍କରରେ ଗ୍ୟାସ ସୁରକ୍ଷିତ ଭାବେ ବାହାର କରାଯାଇଛି । ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁସାରେ ପେଟ୍ରୋଲ ପମ୍ପରେ ୧୦ କେ.ଏଲ ବିଶିଷ୍ଟ ଦୁଇଟି ଏଲପିଜି ଗ୍ୟାସ ଟାଙ୍କି, ୨୦ କେ.ଏଲ ବିଶିଷ୍ଟ ପେଟ୍ରୋଲ,  ପ୍ରିମିୟମ ପେଟ୍ରୋଲ ଓ ଡିଜେଲ ଗଛିତ ଥିଲା ବୋଲି ସୂଚନା ମିଳିଛି ।

ଗତକାଲି ଦିନ ୧ଟା ୮ରେ ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ନିଆଁ ଲାଗିଯାଇଥିଲା । ପରେ ୧ଟା ୧୦ରେ ବିସ୍ଫୋରଣ ଘଟିଥିଲା । ଘଟଣାର  ୧୦ ମିନିଟ ଭିତରେ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ । ଉଭୟ ପାର୍ଶ୍ୱରେ ଲୋକଙ୍କ ଏତେ ଭିଡ଼ ଜମିଥିଲା ଯେ, ନିୟନ୍ତ୍ରଣ କରିବାକୁ ନାକେଦମ ହେଲା ପୋଲିସ । ୧୦ଟି ଅଗ୍ନିଶମ ଗାଡ଼ି ନିଆଁକୁ ଆୟତ୍ତ କରିଥିଲେ। ବିସ୍ଫୋରଣ ଶଦ୍ଦ ଏତେ ଜୋର ଥିଲା ଯେ ୧୦ କିଲୋମିଟର ଯାଏ ଶୁଭିଥିଲା ଶବ୍ଦ । ଦେଢ କିଲୋମିଟର ଦୂରରେ ଉଡ଼ି ପଡ଼ିଥିଲା ପଥର । ଯାହାଫଳରେ ପାଖ ବସ୍ତିର ଲୋକଙ୍କ ସମେତ ୯ ଜଣ ଆହତ ହୋଇଥିଲେ ।

Leave a Reply