ଆକ୍ସନ ମୋଡରେ କମିଶନରେଟ ପୋଲିସ୍, ମୋଡିଫାଏଡ ସାଇଲେନସର ଦୋକାନରେ ଚଢ଼ାଉ

ଭୁବନେଶ୍ବର: ବିକଟାଳ ଶବ୍ଦ ଓ ସ୍ପିଡ ବାଇକ ଚଲାଉଥିଲେ ହୁସିଆର । ଆକ୍ସନ ମୋଡରେ ଟ୍ରାଫିକ୍ ପୋଲିସ । ଛକ ଛକରେ ଜଗଛି ପୋଲିସ୍ । ରାଜଧାନୀରେ ବାଇକ ଚାଳକଙ୍କୁ ସାବାଡ଼ କରୁଛି କମିଶନରେଟ ପୋଲିସ । ଗତ ରବିବାର କମିଶନରେଟ ପୋଲିସ ବିକଟାଳ ଶବ୍ଦ କରି ଯାଉଥିବା ୧୧ଟି ବାଇକ୍ ଜବତ କରିଥିଲା ଟ୍ରାଫିକ୍ ଟିମ୍ । ରବିବାର ବାଇକ୍ ଜବତ କରିବା ପରେ ଆଜି ମୋଡିଫାଏଡ ସାଇଲେନସର ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ାଉ କରିଛି କମିଶନରେଟ ପୋଲିସ । କଟକ ରୋଡରେ ଥିବା ଏକ ଦୋକାନରେ ଚଢ଼ାଉ କରିଛି କମିଶନରେଟ୍ ପୋଲିସ ।

ଏପର୍ଯ୍ୟନ୍ତ ବିକଟାଳ ଶବ୍ଦ କରୁଥିବା୧୫ରୁ ଅଧିକ ବାଇକ ଜବତ ହୋଇଛି ପୋଲିସ । ଜବତ ହୋଇଥିବା ଗାଡ଼ିକୁ କୋର୍ଟ ଚାଲାଣ କରିବ କମିଶନରେଟ୍ ପୋଲିସ । ଏପରି ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି । ମୋଡିଫାଏଡ୍ ସାଇଲେନ୍ସର ଗାଡ଼ି କାହା ନଜରରେ ପଡ଼ିଲେ ପୋଲିସକୁ ଖବର ଦେଇପାରିବେ । ଏଥିପାଇଁ ହ୍ବାଟ୍ସଆପ୍ ନମ୍ବର ଜାରି କରିଛି କମିଶନରେଟ୍ ପୋଲିସ । କୌଣସି ଛକର ଏଭଳି ବାଇକ ଚଲାଉଥିବା ଦେଖିଲ ହେଲ୍ପ ଲାଇନ ନମ୍ବର ୮୦୯୩୦୨୮୧୦୭ରେ ସଂପୃକ୍ତ ବାଇକ ଚାଳକଙ୍କ ଫୋଟ ଉଠାଇ ପଠାଇବାକୁ ସାଧରଣ ଲୋକଙ୍କୁ ଅପିଲ କରିଛନ୍ତି ଡିସିପି ଉମାଶଙ୍କର ଦାଶ ।

ପରିବେଶ ପ୍ରଦୂଷଣ ଆକ୍ଟ ଅନୁସାରେ ୮୦ ଡେସିବେଲରେ ବାଇକ ଆରୋହୀମାନେ ବାଇକ ଚଲାଇବାର ନିୟମ ରହିଛି । କିନ୍ତୁ ରାଜଧାନୀରେ ଅନେକ ଯୁବକ ୮୦ ଡେସିବେଲରୁ ଅଧିକ ଶବ୍ଦ ପ୍ରଦୂଷଣ କରି ରାଜରାସ୍ତାରେ ଗାଡି ଚଲାଉଥିବା ଦେଖିବାକୁ ମିଳିଛି । ସେପେଟେ ବିଶୃଙ୍ଖଳା କରି ଗାଡ଼ି ଚାଳନା କରୁଥିଲେ ଅମିନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ।