ଭୁବନେଶ୍ୱରରେ ବୁଲିଲା ବୁଲ ଡୋଜର, ନିଶା ବେପାରୀଙ୍କ ଘର ଭାଙ୍ଗିଲା ପୋଲିସ

ଭବୁନେଶ୍ୱର: ଆକ୍ସନ ମୋଡରେ କମିଶନରେଟ ପୋଲିସ । ନିଶା ବେପାରୀର ଘର ବୁଲିଲା ବୁଲଡୋଜର । ଭୁବନେଶ୍ବର ସାଲିଆ ସାହି ଆଦିବାସୀ ଗାଁର ନିଶା ବେପାରୀ ଦିଲ୍ଲୀପ ବରାଳଙ୍କ ଘର ଭାଙ୍ଗି ମାଟିରେ ମିଶାଇ ଦେଇଛି ପୋଲିସ । ସରକାରୀ ଜାଗାରେ ଘର କରି ଚାହା ଦୋକାନ ନାମରେ କରୁଥିଲା ନିଶା ବେପାର । ଗତକାଲି ନିଶା ବେପାରୀ ଦିଲ୍ଲୀପ ବରାଳ ଓ ତାଙ୍କ ପତ୍ନୀକୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୋଲିସ ।

ମିଳିଥିବା ସୂଚନା ମୁତାବକ ଦୁଇ ଜଣଙ୍କ ଠାରୁ ୬ ଗ୍ରାମ ବ୍ରାଉନସୁଗାର, ନଗଦ ୫ ହଜାର ଟଙ୍କା ଓ ଗୋଟିଏ କାର ଜବତ କରିଥିଲା ପୋଲିସ । ଆଗାମୀ ଦିନରେ ଏ ଅଭିଯାନକୁ ଜୋରଦାର କରିବ ପୋଲିସ । ଚଳିତ ବର୍ଷ ୬ ମାସରେ ୬୭୦ ଗ୍ରାମ ବ୍ରାଉନ ସୁଗାର, ୬୭ ଲକ୍ଷ ଟଙ୍କା ଜବତ କରିଥିବା ବେଳେ ୧୫ରୁ ଅଧିକ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଅପରାଧ ଓ ଅପରାଧିଙ୍କୁ କାର୍ଯ୍ୟାକଳାପକୁ ପ୍ରତିହତ ବା ରୋକ ଲଗାଇବାରେ ପୋଲିସ ଆକ୍ସନ ମୁଡକୁ ଆସିଛି  । ନିଶା ବେପାରୀଙ୍କ ଉପଦ୍ରବ ରୋକିବାକୁ ମଧ୍ୟ ବଡ ପ୍ଲାନ ଆରମ୍ଭ କରିଛି କମିସନରେଟ୍ ପୋଲିସ  । ନିଶା ବେପାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଘରକୁ ମାଟିରେ ମିଶାଇବା ଆରମ୍ଭ କରିଛି ପୋଲିସ  । ଉତ୍ତରପ୍ରଦେଶ ସରକାର ଯେପରି ଉପଦ୍ରବୀ ଏବଂ ଦଙ୍ଗାକାରୀଙ୍ଗ ଘର ଉପରେ ବୁଲ ଡୋଜର ଚଳାଇଛି ଓଡ଼ିଶାରେ ସେପରି ବେଆଇନ ନିଶା ବ୍ୟବସାୟୀଙ୍କ ଘରେ ବୁଲିବା ଆରମ୍ଭ ହୋଇଛି ବୁଲ ଡୋଜର  ।