ଫେରି ପାଇଲେ ହଜିଲା ଜିନିଷ

ଭୁବନେଶ୍ବର: ଲୁଟ ବାଇକ, ମୋବାଇଲ ଲୋକଙ୍କୁ ଫେରାଇଲା କମିଶନରେଟ ପୋଲିସ । ୨୭ ମଟର ସାଇକେଲ ଓ ୮୧ ମୋବାଇଲ ପ୍ରକୃତ ମାଲିକଙ୍କୁ ଫେରସ୍ତ । ଖଣ୍ଡଗିରି, କ୍ୟାପିଟାଲ ହସପିଟାଲ, ସହିଦନଗର, ତମାଣ୍ଡୋ ଅଞ୍ଚଳରୁ ଏସବୁ ଚୋରି ହୋଇଥିଲା । ଗାଡ଼ିଗୁଡ଼ିକ ଜବତ ପରେ ହସ୍ତାନ୍ତର କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଏହି ଅବସରରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଉପସ୍ଥିତ ଥିଲେ । ଚୋରି ହୋଇଥିବା ବୁଲେଟ ଫେରି ପାଇଲେ ଲୋକ । କିଛିଦିନ ତଳେ ବୁଲେଟ ଲୁଟେରା ଗ୍ୟାଙ୍ଗକୁ କାବୁ କରିଥିଲା ଖଣ୍ଡଗିରି ପୋଲିସ । ୨୦୨୨ ରେ ୧୨୫୦ ଚୋରି ମୋବାଇଲ ଫେରି ପାଇଥିଲା କମିଶନରେଟ ପୋଲିସ । ୨୦୨୩ ରେ ଏଯାବତ ୯୮୪ ଟି ମୋବାଇଲ ଉଦ୍ଧାର କରାଯାଇଥିବାବେଳେ ଚୋରି ହୋଇଥିବା ୩୨୪ ମଟର ସାଇକେଲ ଚଳିତ ବର୍ଷ ଉଦ୍ଧାର କରିବାରେ ସକ୍ଷମ ହୋଇଛି କମିଶନରେଟ ପୋଲିସ ।