spot_img

Latest Posts

ଚନ୍ଦ୍ରରେ ଅବତରଣ କଲା ଆମେରିକୀୟ ସ୍ପେସକ୍ରାଫ୍ଟ ଓଡିସସ

ବ୍ୟୁରୋ ରିପୋର୍ଟ: ଚନ୍ଦ୍ରରେ ଅବତରଣ କଲା ଆମେରିକୀୟ ସ୍ପେସକ୍ରାଫ୍ଟ ଓଡିସସ। ୧୯୬୯ରେ ପ୍ରଥମ ଥର ଲାଗି ନୀଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ର ପୃଷ୍ଠରେ ଦେଇଥିଲେ ପାଦ। ପରଠାରୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ଲାଗି ଯୋଜନା ହୋଇଥିଲେ ବି ତାହା ରୂପାୟିତ ହୋଇପାରି ନଥିଲା। ଏହାର ଦୀର୍ଘ ବର୍ଷ ପରେ ଇନଟ୍ଯୁଟିଭ ମେସିନସ୍ ସହଭାଗିତାରେ ଚନ୍ଦ୍ରରେ ଅବତରଣ କରିଛି। ଆମେରିକୀୟ ସ୍ପେସକ୍ରାଫ୍ଟ ଓଡିସସ।

ତେବେ ଏହା ଦୁର୍ବଳ ସିଗନାଲ ଦେଉଥିବା ସୂଚନା ମିଳିଛି। ଚନ୍ଦ୍ରରେ ଅବତରଣ ପରେ ଏହା କୌଣସି ପ୍ରକାର ସିଗନାଲ ଦେବାକୁ ବିଫଳ ହୋଇଥିଲା। ମାତ୍ର ପରେ ଏହା ସାମାନ୍ୟ ସକ୍ରିୟ ହୋଇଥିଲା। ଚନ୍ଦ୍ରର ଦକ୍ଷିଣ ମେରୁଠାରୁ ୩୦୦ କିଲୋମିଟର ଦୂର ମାଲାପେର୍ଟ-ଏ ନାମକ ବିପଜ୍ଜନକ ଗର୍ତ୍ତ ନିକଟରେ ଅବତରଣ କରିଥିଲା। ପ୍ରଖ୍ୟାତ ଜ୍ଯୋତିର୍ବିତ ଚାର୍ଲସ ମାଲାପେର୍ଟଙ୍କ ନାମାନୁସାରେ ଏହି ଗର୍ତ୍ତ ନାମିତ ହୋଇଥିବାବେଳେ ଏହା ଉପରେ ବର୍ତ୍ତମାନ ସୁଦ୍ଧା ବିଶେଷ ଗବେଷଣା କରାଯାଇନାହିଁ। ଗତ ଫେବ୍ରୁଆରୀ ୧୫ରେ କେନେଡି ସ୍ପେସ ସେଣ୍ଟରରୁ ସ୍ପେସଏକସ ଫାଲକନ-୯ ରକେଟରେ ଓଡିସସର ଉତକ୍ଷେପଣ ହୋଇଥିଲା। ଅତୀତରେ ଚନ୍ଦ୍ରକୁ ଯେଉଁ ପଥରେ ଆପୋଲୋ ମିଶନ ହୋଇଥିଲା ସେହି ପଥରେ ଚନ୍ଦ୍ରକୁ ଗତି କରିଥିଲା ଓଡିସସ। ଭାରତର ଚନ୍ଦ୍ରଯାନ-୩ ମିଶନ ପରି କିନ୍ତୁ ଓଡିସସର ଯାତ୍ରା ନଥିଲା। ମାତ୍ର ୮ ଦିନ ମଧ୍ଯରେ ଚନ୍ଦ୍ରକୁ ଯାଇଥିଲା ମହାକାଶଯାନ। ଏଥିରେ କ୍ରାୟୋଜେନି ପ୍ରପଲସନ ସିଷ୍ଟମ ରହିଥିଲା। କମର୍ସିଆଲ ଲୁନାର ପେଲୋଡ ସର୍ଭିସ ଇନିସିଏଟିଭରେ ଏଥିରେ ନାସା ଲାଗି ୬ଟି ପେଲୋଡ ପଠାଯାଇଛି।

Latest Posts

Don't Miss