ମାର୍ଚ୍ଚ ଆରମ୍ଭରୁ ଗ୍ରାହକଙ୍କୁ ଲାଗିଲା ଝଟକା, ୧୦୫ ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର ଦର

1 min read

ନୂଆଦିଲ୍ଲୀ: ନୂଆ ମାସ ଆରମ୍ଭ ହେବା ସହ ବଢ଼ିଛି ଏଲପିଜି ଦର । ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରାହକଙ୍କୁ ଲାଗିଛି ଝଟକା । ପୁଣି ବଢ଼ିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର । କମର୍ସିଆଲ ସିଲିଣ୍ଡର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ପିଛା ୧୦୫ ଟଙ୍କା ବଢ଼ିଥିବା ବେଳେ କୋଲକାତାରେ ୧୦୮ ଟଙ୍କା ବଢ଼ିଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହୃତ ୧୯ କେଜି ସିଲିଣ୍ଡରର ମୂଲ୍ୟ ୨ ହଜାର ପାର କରିଛି । ୫ କେଜିର ବ୍ୟବସାୟିକ ସିଲିଣ୍ଡର ଦାମ ମଧ୍ୟ ୨୭ ଟଙ୍କା ବଢ଼ି ୫୬୯ ଟଙ୍କା ହୋଇଛି । କୋଲକାତାରେ କମର୍ସିଆଲ ସିଲିଣ୍ଡରର ନୂଆ ଦାମ ୨ ହଜାର ୮୯ ଟଙ୍କା ହୋଇଥିବା ବେଳେ ଭୁବନେଶ୍ବରରେ ସିଲିଣ୍ଡର ପିଛା ଦର ୨ ହଜାର ୧୩୦ ଟଙ୍କା ହୋଇଛି । ତେବେ ଘରୋଇ ସିଲିଣ୍ଡର ମୂଲ୍ୟ ପୂର୍ବଭଳି ଅପରିବର୍ତ୍ତିତ ରହିଛି । ଅର୍ନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଅତିକ୍ରମ କରିଥିଲେ ବି ଘରୋଇ ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି ।

 

Leave a Reply