ନୂଆବର୍ଷର ପ୍ରଥମ ଦିନରେ ଦରବୃଦ୍ଧି ଛାଟ: ୨୫ ଟଙ୍କା ବଢ଼ିଲା ଗ୍ୟାସ୍ ଦର

ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ ଦିନରେ ଦର ବୃଦ୍ଧି ଛାଟ । ୨୫ ଟଙ୍କା ବଢ଼ିଲା ଗ୍ୟାସ୍ ସିଲିଣ୍ଡର ଦର । ତେବେ ଘରୋଇ ଗ୍ୟାସର ଦର ସ୍ଥିର ରହିଛି । କମର୍ସିଆଲ ଗ୍ୟାସର ଦାମ ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀ ସମେତ ଚେନ୍ନାଇ, କୋଲକାତା ଓ ମୁମ୍ବାଇରେ ଗ୍ୟାସ୍ ଦର ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ପ୍ରତିମାସ ପ୍ରଥମ ଦିନରେ ପ୍ରଟ୍ରୋଲିୟ କମ୍ପାନୀ ରୋଷେଇ ଗ୍ୟାସର ଦାମ ସ୍ଥିର କରିଥାନ୍ତି ।

ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ରୋଷେଇ ଗ୍ୟାସ ସିଲିଣ୍ଡର ଦର ୧୭୬୯ ଟଙ୍କା ହୋଇଯାଇଛି । ଆଜିଠାରୁ ୧୯ କେଜିର କମର୍ସିଆଲ ସିଲିଣ୍ଡର ଗ୍ୟାସ କୋଲକାତାରେ ୧୮୭୦, ମୁମ୍ବାଇରେ ୧୭୨୧ ଓ ଚେନ୍ନାଇରେ ୧୯୧୭ ଟଙ୍କାରେ ପହଞ୍ଚିଛି ।

ଘରୋଇ ଗ୍ୟାସ ଦର ସ୍ଥିର

କମର୍ସିଆଲ ଗ୍ୟାସର ଦର ବୃଦ୍ଧି ଘଟିଥିଲେ ବି ଘରୋଇ ଗ୍ୟାର ମୂଲ୍ୟ ସ୍ଥିର ରହିଛି । ଗତ ୨୦୨୨ ଜୁଲାଇ ୬ ତାରିଖରେ ଘରୋଇ ଗ୍ୟାସର ମୂଲ୍ୟ ଶେଷ ଥର ପାଇଁ ବୃଦ୍ଧି କରାଯାଇଥିଲା ।