ସାଇବର କ୍ରାଇମ କମାଇବା ପାଇଁ ଭୁବନେଶ୍ବରରେ ସେଫଟି କ୍ୟାମ୍ପେନ୍‌ ଆରମ୍ଭ

ଭୁବନେଶ୍ବର: ଅଦୃଶ୍ୟ ଠକଙ୍କ ପ୍ରାଦୁର୍ଭାବରେ ଲାଗିବ ଲଗାମ। କମିବ ସାଇବର ଠକେଇ। ସାଇବର କ୍ରାଇମ କମାଇବା ପାଇଁ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସାଇବର ସେଫଟି କ୍ୟାମ୍ପେନ । ଏହି ଅବସରରେ ମାଷ୍ଟରକ୍ୟାଣ୍ଟିନ ଛକରେ ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

ଯେଉଁଥିରେ ଲୋକମାନେ କିଭଳି ସାଇବର ଠକେଇର ଶିକାର ହୋଇ ସର୍ବସ୍ବ ହରାଉଛନ୍ତି ସେ ନେଇ ନାଟକ ପରିବେଷଣ କରାଯାଇଥିଲା। ଲୋକଙ୍କ ମଧ୍ୟରେ ସାଇବର ଠକେଇ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଏଥ ରଥ ଗଡିଛି।

ରଥକୁ ମନ୍ତ୍ରୀ ଅଶୋକ ପଣ୍ଡା ଙ୍କ ସହ ବିଧାୟକ ଅରବିନ୍ଦ ଢାଲି, ସୁରେଶ ରାଉତରାୟ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ବିଏମ୍ସି କମିଶନ ବିଜୟ ଅମୃତ କୁଲାଙ୍ଗେ, ଡିସିପି ପ୍ରତୀକ ସିଂ ପ୍ରମୁଖ ଶୁଭାରମ୍ଭ କରିଥିଲେ। ଏହି ରଥ ଖୋର୍ଦ୍ଧାର ସବୁ ଅଞ୍ଚଳ ବୁଲିବା ସହ ଲୋକଙ୍କୁ ସଚେତନ କରିବ।