ରାଜଧାନୀରେ ପାଟ୍ରୋଲିଂ କଡାକଡି, ସ୍କାନରରେ ନିଶାଡି ଓ ଅପରାଧୀ

ଭୁବନେଶ୍ବର: ବଡ଼ଦିନ ଓ ହକି ବିଶ୍ୱକପକୁ ନଜରରେ ରଖି କମିଶନରେଟ ପୋଲିସର ରଣନୀତି। ଯୋନ 6 ଏସିପିଙ୍କ ନେତୃତ୍ୱରେ ଇନଫୋସିଟି ଓ ଚନ୍ଦ୍ରଶେଖପୁର ଅଞ୍ଚଳରେ ମିଳିତ ପାଟ୍ରୋଲିଂ ଚାଲିଛି। ଆଇଆଇସି ଓ ସ୍ପେଶାଲ ଟିମ ରାସ୍ତା କଡରେ ଥିବା ଦୋକାନ ଓ ହୋଟେଲ ଗୁଡିକରେ ଚେକିଂ କରିବା ସହ ରାତି ସାଢ଼େ 10ଟା ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବିଳମ୍ବିତ ରାତି ପଯ୍ୟନ୍ତ ଦୋକାନ ଖୋଲିବା ଦ୍ୱାରା ନିଶାଡୀ ଓ ଅପରାଧୀ ମାନେ ଏକାଠି ହେଉଛନ୍ତି। ଏହା ସହିତ ଅପରାଧ ଓ ଅପରାଧୀଙ୍କୁ ଚେକ୍ ଦେବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଆଗାମୀ ଦିନରେ ଅଭିଯାନକୁ ଜୋରଦାର କରାଯିବା ବୋଲି ଏସିପି କହିଛନ୍ତି ।