ଆସିଲା OTV ଏମ୍‌ଡି ଓ ପୀଡ଼ିତାଙ୍କ ମା’ଙ୍କ ବାର୍ତ୍ତାଳାପର ଅଡିଓ, ଚ୍ୟାନେଲ କର୍ମଚାରୀଙ୍କ ସଂପୃକ୍ତି ନେଇ କାନ୍ଦି କାନ୍ଦି ଜଣାଉଛନ୍ତି ମା’

1 min read

ଭୁବନେଶ୍ୱର: ଲକ୍‌ଡାଉନ୍‌ ବେଳେ ରାଜଧାନୀ ଭୁବନେଶ୍ୱରରେ ନାବାଳିକା ଗଣଦୁଷ୍କର୍ମ ଘଟଣା । ମାଆର କାନ୍ଦି କାନ୍ଦି ଆକୁଳ ଅଭିଯୋଗ । ନିଜ ଝିଅ ସହ ଗଣଦୁଷ୍କର୍ମ ହୋଇଥିବା OTV ଏମ୍‌ଡିଙ୍କୁ କାନ୍ଦି କାନ୍ଦି କହିଲେ ପୀଡ଼ିତାଙ୍କ ମାଆ । OTVର କର୍ମଚାରୀ ତାଙ୍କ ଝିଅ ସହ ଦୁଷ୍କର୍ମ କରିଥିବା ଗୋଟି ଗୋଟି କରି ତଥ୍ୟ ବଖାଣିଲେ ପୀଡ଼ିତାଙ୍କ ମାଆ । ଜଘନ୍ୟ ଅପରାଧର ଅଡ଼ିଓ ଟେପ୍‌ ଏବଂ ବିଳକ କାନ୍ଦରୁ ଜଣା ପଡ଼ୁଛି ନୃସଂସତାର ଗଭିରତା । ଏଥିରେ ସାମିଲ ଥିବା OTVର ଗୋଟି ଗୋଟି କର୍ମଚାରୀଙ୍କ ନା ନେଇଛନ୍ତି ପୀଡ଼ିତାଙ୍କ ମାଆ । ହେଲେ ତିଳେମାତ୍ରବି ଫରକ ପଡ଼ୁନି ଏମ୍‌ଡିଙ୍କ ଉପରେ । ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରିବା ବଦଳରେ ପୀଡ଼ିତାଙ୍କୁ ଅଫିସକୁ ଆଣ ବୋଲି କହୁଛନ୍ତି । ଅଫିସକୁ ଆସି ସମସ୍ତ ଦୋଷୀଙ୍କୁ ଚିହ୍ନିବାକୁ କହୁଛନ୍ତି ଏମ୍‌ଡି । ଲାଗୁଛି ଯେମିତି ପୀଡ଼ିତାଙ୍କ ମାଆଙ୍କୁ ଡ଼ରାଉଛନ୍ତି OTV କମ୍ପାନୀର ଏମ୍‌ଡି । ତୁମ ପାଖରେ କଣ ପ୍ରମାଣ ଅଛି ବୋଲି ମଧ୍ୟ ପ୍ରଶ୍ନ କରାଯାଉଛି । ଏଭଳି ସମ୍ବେଦନଶୀଳ ଘଟଣାରେ ପୀଡ଼ିତାଙ୍କ ମାଆଙ୍କୁ ଆଶ୍ୱସ୍ତି ଦେବା ପ୍ରତିବଦଳରେ ଧମକ ଦେବା ଭଳି ମନେ ହେଉଛି ।

ସେପଟେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆଗେଇ ଆସିଛନ୍ତି । ଟିଭି ଚ୍ୟାନେଲର ପରିଚାଳନା ନିର୍ଦ୍ଦେଶିକାଙ୍କ ସମେତ ପୋଲିସ କମିଶନର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦେଇଛନ୍ତି ଡେଡ୍‌ଲାଇନ୍ । ଘଟଣାକୁ ଚପାଇଦେବା ଓ ପୀଡିତାଙ୍କ ମାଆଙ୍କୁ ଧମକ ଦେବା ଅଭିଯୋଗରେ ଉତ୍ତର ରଖିବାକୁ ଟିଭି ଚ୍ୟାନେଲ ନିର୍ଦ୍ଦେଶିକାଙ୍କୁ ଦିଆଯାଇଛି ୪୮ ଘଣ୍ଟା ସମୟ । ଏହା ଭିତରେ ମହିଳା କମିଶନଙ୍କ ନିକଟରେ ଦାଖଲ ହୋଇଥିବା ଅଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ପୀଡ଼ିତାଙ୍କ ମାଆ ଏବଂ ଓଟିଭି ଚ୍ୟାନେଲ ଏମ୍‌ଡି କଥା ହେଉଛନ୍ତି । ଯେଉଁଥିରେ ପୀଡିତାଙ୍କ ମାଆ ନାବାଳିକା ଗଣଦୁଷ୍କର୍ମରେ ଚ୍ୟାନେଲର କର୍ମଚାରୀ କିପରି ସଂପୃକ୍ତ ଅଛନ୍ତି ତାହା ଓଟିଭିର ଏମ୍‌ଡିଙ୍କୁ କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି । ଆସନ୍ତୁ ଶୁଣିବା ସେହି ଅଡିଓର ସଂପୂର୍ଣ୍ଣ ବାର୍ତ୍ତାଳାପ ।

Leave a Reply