ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କମେଡି କିଙ୍ଗ କପିଲ ଶର୍ମା

1 min read

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ପ୍ରଖ୍ୟାତ ହାସ୍ୟ ଅଭିନେତା କପିଲ ଶର୍ମା  । ଭୁବନେଶ୍ୱରରେ କିଛି ଦିନ ହେବ କପିଲ ଏକ ଚଚ୍ଚଚିତ୍ର ସୁଟିଂ କରୁଛନ୍ତି  ।   ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅନେକ ଆଲୋଚନା କରିଛନ୍ତି କପିଲ ଶର୍ମା  । ଏହି ଅବସରରେ  ଅଭିନେତ୍ରୀ ତଥା ନିର୍ଦ୍ଦେଶିକା  ନନ୍ଦିତା ଦାସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି  । ଏହି ସୌଜନ୍ୟମୂଳକ ସାକ୍ଷାତକାରରେ ଉପସ୍ଥିତ ରହିଥିଲେ 5T ସଚିବ ଭି.କେ ପାଣ୍ଡିୟାନ  ।

ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି ବଲିଉଡ଼ର କମେଡ଼ି କିଙ୍ଗ କପିଲ ଶର୍ମା  । ସୂଚନା ମୁତାବକ ପ୍ରାୟ ମାସେ ହେବ ଭୁବନେଶ୍ୱରରେ ଜାରି ରହିଛି ଏହି ଫିଲ୍ମ ସୁଟିଂ  ।  ଉକ୍ତ ଚଳଚ୍ଚିତ୍ରରେ କପିଲ ଶର୍ମା ଏକ ଡେଲିଭରୀ  ବୟ ଭୂମିକାରେ ଅଭିନୟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି  । ଭୁବନେଶ୍ୱରରେ ଥିବା କପିଲ ଆଜି ଅପରାହ୍ନରେ ସୌଜନ୍ୟମୂଳକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି  ।