ଭାରତ ବିରୋଧୀ ମନ୍ତବ୍ୟ ଦେଇ ଅଡ଼ୁଆରେ କମେଡିଆନ ବୀର ଦାସ

1 min read

ମୁମ୍ୱାଇ : କମେଡିଆନ ବୀର ଦାସ ଆମେରିକାରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଏବେ ଅଡ଼ୁଆରେ । ସୋସିଆଲ ମିଡିଆରେ ଲୋକେ ତାଙ୍କ ମନ୍ତବ୍ୟକୁ ଘୋର ବିରୋଧ କରୁଥିବା ବେଳେ ମୁମ୍ୱାଇରେ ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇଛି । ବୀର ଦାସ ୱାଶିଂଟନ ଡିସିରେ ‘ଜନ୍ ଅଫ୍ କେନେଡ଼ି ସେଣ୍ଟର ଫର୍ ଦ ପଫରମିଂ ଆର୍ଟସ’ ସୋରେ ନିଜେ କରିଥିବା ଏକ ପଫରମନ୍ସକୁ ୟୁଟୁବରେ ସେୟାର କରିବା ପରେ ଏହି ବିବାଦ ଉପୁଜିଥିଲା । ବୀର ଛାଡ଼ିଥିବା ଏହି ଭିଡିଓରେ  ଆମେରିକା ବାସୀଙ୍କୁ କହିଥିଲେ ଯେ ମୁଁ ଦୁଇଟି ଭାରତ ସହ ସମ୍ପୃକ୍ତ । ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ବୀରଙ୍କୁ ବିରୋଧ କରିବା ସହ ଏହା ଭାରତର ପାଇଁ ଏକ ଅପମାନ ବୋଲି କହିଥିଲେ ।

ବୀରଙ୍କ ବରୁଦ୍ଧରେ ରୁଜ୍ଜୁ ହେଲା ମାମଲା :

ବମ୍ୱେ ହାଇ କୋର୍ଟ ଆଡଭୋକେଟ ଆଶୁତୋଷ ଜେ ଦୁବେ କମେଡିଆନ ବୀରଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛନ୍ତି । ଯାହାର ଏକ କପି ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । କମେଡିଆନ ବୀର ଦାସ ଆମେରିକାରେ ଭାରତକୁ ଅପମାନ କରିବା ଭଳି କଥା କହିବାରୁ ମୁମ୍ୱାଇ ପୋଲିସ ନିକଟରେ ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି ବୋଲି ଆଡଭୋକେଟ ଆଶୁତୋଷ ଏହାର କ୍ୟାପସନରେ ଲେଖିଥିଲେ । ବୀର ଜାଣିଶୁଣି ଭାରତ, ଭାରତୀୟ ମହିଳା ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଅପମାନଜନକ ବୟାନ ଦେଇଥିଲେ ବୋଲି ସେ କହିଥିଲେ ।

ବର୍ତ୍ତମାନ ବୀର ଦାସ ଆମେରିକାରେ ଥିବା ବେଳେ କିଛି ଦିନ ତଳେ ସେ ଭାରତ ଉପରେ ଲେଖିଥିବା ‘ଆଇ କମ୍ ଫ୍ରମ୍ ଟୁ ଇଣ୍ଡିଆଜ’ ନାମକ ଏକ କବିତା ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଛାଡ଼ିଥିଲେ । ଏଥିରେ ଭାରତ ବିରୋଧୀ କିଛି ଶବ୍ଦ କହିଥିବାରୁ ଲୋକେ ତାଙ୍କୁ ଦେଶଦ୍ରୋହୀର ଆଖ୍ୟା ଦେଉଛନ୍ତି । କେବଳ ଏତିକି ନୁହେଁ ବିଜେପି କର୍ମୀ ପ୍ରୀତି ଗାନ୍ଧୀ ଏହି ଭିଡିଓକୁ ସେୟାର କରି ଏହା ବିରୁଦ୍ଧରେ ନିଜ ମତ ପ୍ରକାଶ କରିଛନ୍ତି । ଘଟଣାଟି ଏତେ ପରିମାଣରେ ବଢ଼ିଯାଇଥିବାରୁ ଏହାକୁ ନେଇ ବୀର ଦାସ ନିଜ ମତରେ କହିଛନ୍ତିଯେ ଦେଶକୁ ଅପମାନ କରିବାର ତାଙ୍କର କୈାଣସି ଉଦ୍ଦେଶ୍ୟ ନଥିଲା । ବିଭିନ୍ନତା ଭିତରେ ମଧ୍ୟ ମୋ ଭାରତ ମହାନ । ମୋ ଦେଶ ଉପରେ ମୁଁ ଗର୍ବ କରେ ।

Leave a Reply