ଭାରତ ବିରୋଧୀ ମନ୍ତବ୍ୟ ଦେଇ ଅଡ଼ୁଆରେ କମେଡିଆନ ବୀର ଦାସ
1 min readମୁମ୍ୱାଇ : କମେଡିଆନ ବୀର ଦାସ ଆମେରିକାରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଏବେ ଅଡ଼ୁଆରେ । ସୋସିଆଲ ମିଡିଆରେ ଲୋକେ ତାଙ୍କ ମନ୍ତବ୍ୟକୁ ଘୋର ବିରୋଧ କରୁଥିବା ବେଳେ ମୁମ୍ୱାଇରେ ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇଛି । ବୀର ଦାସ ୱାଶିଂଟନ ଡିସିରେ ‘ଜନ୍ ଅଫ୍ କେନେଡ଼ି ସେଣ୍ଟର ଫର୍ ଦ ପଫରମିଂ ଆର୍ଟସ’ ସୋରେ ନିଜେ କରିଥିବା ଏକ ପଫରମନ୍ସକୁ ୟୁଟୁବରେ ସେୟାର କରିବା ପରେ ଏହି ବିବାଦ ଉପୁଜିଥିଲା । ବୀର ଛାଡ଼ିଥିବା ଏହି ଭିଡିଓରେ ଆମେରିକା ବାସୀଙ୍କୁ କହିଥିଲେ ଯେ ମୁଁ ଦୁଇଟି ଭାରତ ସହ ସମ୍ପୃକ୍ତ । ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ବୀରଙ୍କୁ ବିରୋଧ କରିବା ସହ ଏହା ଭାରତର ପାଇଁ ଏକ ଅପମାନ ବୋଲି କହିଥିଲେ ।
Mumbai lawyer has filed complaint with #MumbaiPolice seeking registration of FIR against comedian #VirDas for allegedly defaming and spoiling image of India during his show in the USA.@AdvAshutoshBJP @thevirdas pic.twitter.com/sBsw7kcqRM
— Bar & Bench (@barandbench) November 17, 2021
ବୀରଙ୍କ ବରୁଦ୍ଧରେ ରୁଜ୍ଜୁ ହେଲା ମାମଲା :
ବମ୍ୱେ ହାଇ କୋର୍ଟ ଆଡଭୋକେଟ ଆଶୁତୋଷ ଜେ ଦୁବେ କମେଡିଆନ ବୀରଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛନ୍ତି । ଯାହାର ଏକ କପି ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । କମେଡିଆନ ବୀର ଦାସ ଆମେରିକାରେ ଭାରତକୁ ଅପମାନ କରିବା ଭଳି କଥା କହିବାରୁ ମୁମ୍ୱାଇ ପୋଲିସ ନିକଟରେ ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି ବୋଲି ଆଡଭୋକେଟ ଆଶୁତୋଷ ଏହାର କ୍ୟାପସନରେ ଲେଖିଥିଲେ । ବୀର ଜାଣିଶୁଣି ଭାରତ, ଭାରତୀୟ ମହିଳା ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଅପମାନଜନକ ବୟାନ ଦେଇଥିଲେ ବୋଲି ସେ କହିଥିଲେ ।
You come from an India, @VirDas, where you make a living by insulting your own nation!!
You come from an India, that allows your disgusting, derogative nonsense to pass off as freedom of speech!!
You come from an India, that has tolerated your slander for way to long!!#Shame pic.twitter.com/YGRfDqQknj
— Priti Gandhi (Modi ka Parivar) (@MrsGandhi) November 16, 2021
ବର୍ତ୍ତମାନ ବୀର ଦାସ ଆମେରିକାରେ ଥିବା ବେଳେ କିଛି ଦିନ ତଳେ ସେ ଭାରତ ଉପରେ ଲେଖିଥିବା ‘ଆଇ କମ୍ ଫ୍ରମ୍ ଟୁ ଇଣ୍ଡିଆଜ’ ନାମକ ଏକ କବିତା ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଛାଡ଼ିଥିଲେ । ଏଥିରେ ଭାରତ ବିରୋଧୀ କିଛି ଶବ୍ଦ କହିଥିବାରୁ ଲୋକେ ତାଙ୍କୁ ଦେଶଦ୍ରୋହୀର ଆଖ୍ୟା ଦେଉଛନ୍ତି । କେବଳ ଏତିକି ନୁହେଁ ବିଜେପି କର୍ମୀ ପ୍ରୀତି ଗାନ୍ଧୀ ଏହି ଭିଡିଓକୁ ସେୟାର କରି ଏହା ବିରୁଦ୍ଧରେ ନିଜ ମତ ପ୍ରକାଶ କରିଛନ୍ତି । ଘଟଣାଟି ଏତେ ପରିମାଣରେ ବଢ଼ିଯାଇଥିବାରୁ ଏହାକୁ ନେଇ ବୀର ଦାସ ନିଜ ମତରେ କହିଛନ୍ତିଯେ ଦେଶକୁ ଅପମାନ କରିବାର ତାଙ୍କର କୈାଣସି ଉଦ୍ଦେଶ୍ୟ ନଥିଲା । ବିଭିନ୍ନତା ଭିତରେ ମଧ୍ୟ ମୋ ଭାରତ ମହାନ । ମୋ ଦେଶ ଉପରେ ମୁଁ ଗର୍ବ କରେ ।