ସୁନୀଲ ପାଲ-ମୁସ୍ତାକ ଖାନଙ୍କ ପରି ସେଲିବ୍ରିଟିଙ୍କୁ ଫାଶରେ ପକାଇଥିଲେ ମେରଟ ଗ୍ୟାଙ୍ଗ

ମେରଟ : ମେରଟରେ ଏମିତି ଏକ ଗ୍ୟାଙ୍ଗର ଖୁଲାସା ହୋଇଛି । ଯିଏ ଇଭେଣ୍ଟ ନାମରେ ମୁମ୍ବାଇର ଅଭିନେତ୍ରୀମାନଙ୍କୁ ଡାକିବା ସହ ପାଇସା ପାଇଁ ଅପହରଣ କରିଆସୁଥିଲା। ପରେ ଟଙ୍କା ନେବା ପରେ ସେମାନଙ୍କୁ ଛାଡି ଦେଉଥିଲେ । ଲଜ୍ଜା ଏବଂ ବଦନାମ ଭୟରେ ଅନେକ ବଲିଉଡ ସେଲିବ୍ରିଟି ଏହି ଗ୍ୟାଙ୍ଗର କବଳରୁ ମୁକ୍ତ ହୋଇଥିଲେ ମଧ୍ୟ ଚୁପ୍ ରହିବା ଭଲ ବୋଲି ଭାବିଥିଲେ। ଏପରିକି ସେମାନେ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିନାହାଁନ୍ତି। କିନ୍ତୁ ହାସ୍ୟ ଅଭିନେତା ସୁନୀଲ ପାଲ ଏବଂ ଅଭିନେତା ମୁସ୍ତାକ ଖାନଙ୍କୁ ଅପହରଣ କଲାବେଳେ ଏହି ଗ୍ୟାଙ୍ଗର ଖୁଲାସା ହୋଇଥିଲା। ମେରଟର ଅପହରଣକାରୀ ଗ୍ୟାଙ୍ଗର ପ୍ରଥମେ ମୁସ୍ତାକ ଖାନ ଏବଂ ପରେ ସୁନୀଲ ପାଲଙ୍କୁ ଅଲଗା ଅଲଗା ଅପହରଣ କରିଥିଲେ । ଯାହାଫଳରେ ଦୁହେଁ ସେମାନେ ତାଙ୍କ ଘରକୁ ଫେରିବା ପର୍ଯ୍ୟନ୍ତ ଜାଣି ପାରିଲେ ନାହିଁ ।
ହାସ୍ୟ ଅଭିନେତା ସୁନୀଲ ପାଲଙ୍କ ଠାରୁ ବଲିଉଡ ଅଭିନେତା ମୁସ୍ତାକ ଖାନଙ୍କ ପର୍ଯ୍ୟନ୍ତ ଇଭେଣ୍ଟ ନାମରେ, ୟୁପି ଅପହରଣକାରୀମାନେ ଏହି ପ୍ରସିଦ୍ଧ ବ୍ୟକ୍ତିତ୍ୱମାନଙ୍କୁ ଯନ୍ତ୍ରଣା ଦେଇଛନ୍ତି, ଯାହା ସେମାନେ କାହାକୁ ଦେଖାଇବାକୁ କିମ୍ବା ଲୁଚାଇବାକୁ ସକ୍ଷମ ନୁହଁନ୍ତି । ଗତ କିଛି ଦିନ ମଧ୍ୟରେ ପଶ୍ଚିମ ଉତ୍ତରପ୍ରଦେଶର ଅପରାଧୀମାନେ କେବଳ ଏହି ଦୁଇ କଳାକାରଙ୍କୁ ୟୁପି ଡାକି ନଥିଲେ, ବରଂ ଉଭୟଙ୍କୁ ଅପହରଣ କରି ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ। ତେବେ ଅପହରଣର ଏହି କାହାଣୀ କେବଳ ଏହି ହାସ୍ୟ ଅଭିନେତା ଏବଂ ଅଭିନେତାଙ୍କ ମଧ୍ୟରେ ସୀମିତ ନାହିଁ । ଗତ ୬ମାସ ମଧ୍ୟରେ ୟୁପିର ଏହି ଗ୍ୟାଙ୍ଗ ପ୍ରାୟ ଅଧ ଡଜନଙ୍କୁ ଅପହରଣ କରି ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଯଙ୍କା ରୋଜଗାର କରିଛନ୍ତି । ଏହି ଅପହରଣର ରାକେଟ ମେରଟରୁ ବିଜନୋର ଏବଂ ବିଜନୋରରୁ ମୁମ୍ବାଇ ପର୍ଯ୍ୟନ୍ତ ଲମ୍ବିଛି ।
୨ ଡିସେମ୍ବର ୨୦୨୪, ନୂଆଦିଲ୍ଲୀ
ଏହି ତାରିଖର କିଛି ଦିନ ପୂର୍ବରୁ ଅଭିନେତା ସୁନୀଲ ପାଲଙ୍କ ସହ ଅନିଲ ନାମକ ଜଣେ ଯୁବକ ଯୋଗାଯୋଗ କରି, ତାଙ୍କୁ ହରିଦ୍ୱାରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ କହିଥିଲେ । ସୁନୀଲ ତାଙ୍କ ଫି ବିଷୟରେ କହିଥିଲେ ଏବଂ ଆଗରୁ ଏକ ଟୋକେନ୍ ଟଙ୍କା ନେଇଥିଲେ । ନିର୍ଦ୍ଦିଷ୍ଟ ତାରିଖ ଅର୍ଥାତ୍ ୨ ଡିସେମ୍ବରରେ ସେ ମୁମ୍ବାଇରୁ ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିଥିଲେ । ତାଙ୍କୁ ଦିଲ୍ଲୀରେ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ଇଭେଣ୍ଟ ଆୟୋଜକମାନେ ଉପସ୍ଥିତ ଥିଲେ । ବିମାନରୁ ଓହ୍ଲାଇବା ପରେ ସୁନୀଲ ସିଧା କାରରେ ବସିଥିଲେ ଏବଂ କାରଟି ଦିଲ୍ଲୀରୁ ହରିଦ୍ୱାର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । କିନ୍ତୁ ସୁନୀଲଙ୍କ କାରଟି ଅଧା ବାଟରେ ପହଞ୍ଚିବା ପରେ କିଛି ଘଟିଥିଲା । ଚା ’ ପିଇବା ବାହାନାରେ ଆୟୋଜକମାନେ କାରକୁ ଅଧାବାଟରେ ଅଟକାଇ ଅନ୍ୟ ଗାଡିରେ ବସାଇଥିଲେ । ପରେ ତାଙ୍କ ଆଖିରେ ପଟି ବାନ୍ଧି ହରିଦ୍ୱାର ବଦଳରେ ମେରଟର ଏକ ଅଜ୍ଞାତ ସ୍ଥାନକୁ ନେଇ ଯାଇଥିଲେ । ଅର୍ଥାତ୍ ସୁନୀଲ ପାଲଙ୍କୁ ଅପହରଣ କରାଯାଇଥିଲା।
ଅପହରଣକାରୀମାନେ ଯାହା କହିଥିଲେ ତାହା ମାନିବା ଛଡା ସୁନୀଲଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ଅପହରଣକାରୀମାନେ ତାଙ୍କୁ ଧମକ ଦେଇଥିଲେ ଏବଂ ବିଭିନ୍ନ କିସ୍ତିରେ ତାଙ୍କ ଆକାଉଣ୍ଟକୁ ମୋଟ ୮ ଲକ୍ଷ ଟଙ୍କା ନେଇଯାଇଥିଲେ । ପରିସ୍ଥିତି ଏପରି ହେଲା ଯେ, ଭୟଭୀତ ହୋଇ ସୁନୀଲ ତାଙ୍କ ଅପହରଣ ବିଷୟରେ ପରିବାର ସଦସ୍ୟଙ୍କୁ ମଧ୍ୟ ଜଣାଇ ନଥିଲେ ଏବଂ ଅପହରଣକାରୀଙ୍କ ନିକଟକୁ ପଠାଇବା ପାଇଁ ତାଙ୍କ ସାଙ୍ଗମାନଙ୍କଠାରୁ ଟଙ୍କା ମାଗିଥିଲେ । ଅନ୍ୟପକ୍ଷରେ, ସୁନୀଲଙ୍କ ହଠାତ୍ ନିଖୋଜକୁ ନେଇ ତାଙ୍କ ପତ୍ନୀ ନିଖୋଜ ରିପୋର୍ଟ ମୁମ୍ବାଇରେ ଦାଖଲ କରିଥିଲେ । ପରେ ତାଙ୍କ ଅପହରଣକୁ ନେଇ ଏକ ମାମଲା ସାଣ୍ଟାକ୍ରୁଜ ପୋଲିସ ଥାନାରେ ପଞ୍ଜୀକୃତ ହୋଇଥିଲା । ସେପର୍ଯ୍ୟନ୍ତ ମେରଟ ପୋଲିସ ପାଖରେ ଏହି ଘଟଣା ସମ୍ପର୍କରେ କୌଣସି ସୂଚନା ନଥିଲା ।
ଅନ୍ୟପଟେ ସୁନୀଲଙ୍କଠାରୁ ଟଙ୍କା ସଂଗ୍ରହ କରିବା ପରେ ଅପହରଣକାରୀମାନେ ତାଙ୍କଠାରୁ ଉଦ୍ଧାର ହୋଇଥିବା ଟଙ୍କାରୁ ବିମାନ ଟିକେଟ୍ ପାଇଁ ୨୦ ହଜାର ଟଙ୍କା ଦେଇ ମେରଟର ଲାଲକୁର୍ତ୍ତୀ ଅଞ୍ଚଳରେ ଛାଡିଥିଲେ । ପ୍ରତାରଣାର ଶିକାର ହୋଇଥିବା ସୁନୀଲ ପାଲ କୌଣସି ପ୍ରକାରେ ମେରଟରୁ ଗାଜିଆବାଦ ଏବଂ ପରେ ଦିଲ୍ଲୀ ଦେଇ ମୁମ୍ବାଇରେ ପହଞ୍ଚିଥିଲେ । ଏହା ପରେ ସୁନୀଲଙ୍କ ଠାରୁ ମୁମ୍ବାଇ ପୋଲିସ ଅପହରଣର କାହାଣୀ ଜାଣିବାକୁ ପାଇଥିଲା । ମୁମ୍ବାଇ ପୋଲିସ ଯେତେବେଳେ ତଦନ୍ତ କଲା, ସୁନୀଲରୁ ଉଦ୍ଧାର ହୋଇଥିବା ଅର୍ଥର କିଛି ଅଂଶ ମେରଟରେ ଜଣେ ଜୁଏଲର ଆକାଉଣ୍ଟକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ପ୍ରଥମେ ମୁମ୍ବାଇ ପୋଲିସ ଫୋନରେ ଜୁଏଲରକୁ ଚେତାବନୀ ଦେଇଥିଲା ଏବଂ ତା’ପରେ ତାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଥିଲା ।
ସୁନୀଲ ପାଲଙ୍କ ନାମରେ କିଣାଯାଇଥିଲା ଅଳଙ୍କାର
ଅଳଙ୍କାର କିଣିବା ବିଷୟରେ ସୁନୀଲ କିଛି ଜାଣି ନଥିଲେ, ବରଂ ସେ ଭାବିଥିଲେ ବୋଧହୁଏ ଏହା ଡିଜିଟାଲ ଗିରଫ କିମ୍ବା ଠକେଇର ଖେଳ ଅଟେ । ସେ ମୁମ୍ବାଇ ପୋଲିସର କଲକୁ ଅଣଦେଖା କରିଥିଲେ । କିନ୍ତୁ ପରଦିନ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି, ସେତେବେଳେ ସେ ମେରଟ ପୋଲିସ୍ ପାଖରେ ପହଞ୍ଚିଥିଲେ । ଏହା ପରେ ମେରଟ ପୋଲିସ ଜାଣିବାକୁ ପାଇଲା ଯେ, ସୁନୀଲଙ୍କଠାରୁ ଟଙ୍କା ସଂଗ୍ରହ କରିବା ପରେ ଅପହରଣକାରୀମାନେ ସେହି ସୁନା ଦୋକାନରୁ ଲକ୍ଷ ଲକ୍ଷ ଟଙ୍କା ଅଳଙ୍କାର କଣିଥିଲେ । ଏଥିପାଇଁ ସୁନୀଲ ପାଲଙ୍କ ନାମରେ ବିଲ୍ ମଧ୍ୟ ହୋଇଥିଲା ।
ଏହା ପରେ ଯେତେବେଳେ ପୋଲିସ ସୁନା ଦୋକାନର ସିସିଟିଭି ଫୁଟେଜ ଯାଞ୍ଚ କଲା, ସେତେବେଳେ ଅପହରଣକାରୀଙ୍କୁ ଜାଣିବାକୁ ପାଇଥିଲା । ଏହି ଅପହରଣକାରୀମାନେ ପଶ୍ଚିମ ଉତ୍ତରପ୍ରଦେଶର କୁଖ୍ୟାତ ଅପରାଧୀ ଲାଭି ପାଲ ଏବଂ ତାଙ୍କ ଗ୍ୟାଙ୍ଗ ବ୍ୟତୀତ ଅନ୍ୟ କେହି ନୁହଁନ୍ତି। ଲାଭି ପାଲ ନିଜେ ଅଳଙ୍କାର ଦୋକାନରେ ସପିଂ କରୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ମେରଟ ପୋଲିସ ଲାଭି ପାଲ ଏବଂ ତାଙ୍କ ଗ୍ୟାଙ୍ଗ ଖୋଜିବା ପାଇଁ ତଦାଘନା କରିଥିଲା ପୋଲିସ । ସୁନୀଲ ପାଲଙ୍କ ଅପହରଣର କାହାଣୀ ଏପରି ଥିଲା । ସେହିଭଳି ଅନ୍ୟ ଜଣେ ବଲିଉଡ ଅଭିନେତା ଅଭିନେତା ମୁସ୍ତାକ ଖାନଙ୍କ ସହ ମଧ୍ୟ ଏପରି ଘଟଣା ଘଟିଥିଲା।
୨୦ ନଭେମ୍ବର ୨୦୨୪, ନୂଆଦିଲ୍ଲୀ
ମେରୁଟର ବାସିନ୍ଦା ରାହୁଲ ସାଇନି ନାମକ ଜଣେ ବ୍ୟକ୍ତି ମୁସ୍ତାକ ଖାନଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ତାଙ୍କୁ ଅତିଥି ଭାବରେ ଏକ ଇଭେଣ୍ଟରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ । ମୁସ୍ତାକ ପ୍ରଥମେ ଦିଲ୍ଲୀ ଏବଂ ପରେ ଦିଲ୍ଲୀରୁ ମେରୁଟ ଆସିବେ ବୋଲି ୨୦ ନଭେମ୍ବରରେ ନିଷ୍ପତ୍ତି ହେଲା । ନଭେମ୍ବର ୨୦ରେ ମୁସ୍ତାକ ଖାନ ଦିଲ୍ଲୀର ଆଇଜି ବିମାନ ବନ୍ଦରରେ ଅବତରଣ କରିଥିଲେ ଏବଂ ଅପହରଣକାରୀମାନେ ତାଙ୍କୁ ତାଙ୍କ କାରରେ ନେଇଥିଲେ । ସେହିଭଳି ଅପହରଣକାରୀମାନେ ତାଙ୍କୁ ମେରଟ ବଦଳରେ ସିଧା ବିଜନୋରକୁ ନେଇଗଲେ, ଯେଉଁଠାରେ ଚାହତିରି ଅଞ୍ଚଳରେ ଥିବା ଏକ ଘରେ ରଖିଥିଲାେ । ସୌଭାଗ୍ୟବଶତଃ ସକାଳେ ଆଜାନର ଶବ୍ଦ ତାଙ୍କ କାନକୁ ଶୁଭିଲା । ସେ ସାହସ ଜୁଟାଇ କୌଣସି ପ୍ରକାରେ ନିଜକୁ ବଞ୍ସେଚାିବାକୁ ଯାଇ ସେଠାରୁ ଦୌଡ଼ି ପଳାଇଲେ । ସିଧା ମସଜିଦକୁ ଯାଇ ଲୁଚିଗଲେ । ତେବେ ଏହା ପୂର୍ବରୁ ଅପହରଣକାରୀମାନେ ପ୍ରାୟ ୨.୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ପରେ ମୁସ୍ତାକ ଖାନଙ୍କ ଦ୍ୱାରା ପଠାଯାଇଥିବା ଅଭିଯୋଗ ଉପରେ ବିଜନୋର ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
୮ସେପ୍ଟେମ୍ବର ୨୦୨୪, ନୂଆଦିଲ୍ଲୀ
କାହାଣୀ ଏତିକିରେ ସରିନି । ସେପ୍ଟେମ୍ବର ୮ରେ ସେହି ସମାନ ଗ୍ୟାଙ୍ଗ ବଲିଉଡର ଅନ୍ୟ ଜଣେ ପ୍ରସିଦ୍ଧ ଅଭିନେତା ରାଜେଶ ପୁରୀଙ୍କୁ ମଧ୍ୟ ଅପହରଣ କରି ନେଇଥିଲା । ଅପହରଣକାରୀମାନେ ପ୍ରଥମେ ରାଜେଶ ପୁରୀଙ୍କୁ ଦିଲ୍ଲୀ ଡାକିଥିଲେ ଏବଂ ପରେ ତାଙ୍କୁ ଦିଲ୍ଲୀରୁ ପଶ୍ଚିମ ଉତ୍ତରପ୍ରଦେଶକୁ ନେଇଥିଲେ । କିନ୍ତୁ ରାଜେଶଙ୍କୁ ସନ୍ଦେହ ହେବାରୁ ସେ ନିଜର ବୁଦ୍ଧି ଘଟାଇଥିଲେ । ସେ ଅପହରଣକାରୀଙ୍କ ସହ ସେଲଫି ନେଇ ନିଜ ସାଙ୍ଗମାନଙ୍କ ନିକଟକୁ ପଠାଇ କହିଥିଲେ ଯେ, ସେ ସେମାନଙ୍କ ସହ ଅଛନ୍ତି । ଅପହରଣକାରୀମାନେ ନିଜ ଜାଲରେ ନିଜେ ଫସି ରଯାଇଥିଲେ । ଏବଂ ସେମାନଙ୍କୁ ରାଜେଶଙ୍କୁ ଛାଡିବାକୁ ପଡିଲା । ଏହି ମାମଲାର ତଦନ୍ତ ଆରମ୍ଭ ହେବା ପରେ ପୋଲିସ ମଧ୍ୟ ରାଜେଶଙ୍କ କାହାଣୀ ଜାଣିବାକୁ ପାଇଛି।
ଅଳ୍ପକେ ବର୍ତ୍ତିଲେ ଶକ୍ତି କପୁର । ଅପହରଣକାରୀମାନେ ଶକ୍ତି କପୁରଙ୍କ ପାଇଁ ଯେଉଁ ଚାଲ ବୁଣିଥିଲେ ତାହା କାମରେ ଆସିନଥିଲା । କାରଣ ଇଭେଣ୍ଟରେ ଯୋଗଦେବା ପାଇଁ ଶକ୍ତି କପୁର ଦାବି କରିଥିବା ଟଙ୍କାକୁ ବିନିଯୋଗ କରିବାକୁ ଅପହରଣକାରୀମାନେ ଚାହୁଁନଥିଲେ। ଏଭଳି ପରିସ୍ଥିତିରେ ଅପହରଣକାରୀଙ୍କ ଉଦ୍ୟମ ସତ୍ତ୍ୱେ ଶକ୍ତି କପୁର ସେମାନଙ୍କ ଜାଲରେ ଫସିବା ଆଗରୁ ଅଳ୍ପକେ ବର୍ତ୍ତିଲେ ଶକ୍ତି କପୁର । ଅପହାଣକାରୀଙ୍କ ଏହି ଜାଲରେ ଅନେକ ଅଭିନେତା ସାମିଲ ଥିବା ସନ୍ଦେହ କରାଯାଉଛି। ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଆଉ କେତେ ଘଟଣା ଜଣାପଡିବ ।
ଅପହରଣକାରୀ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଥିଲା। ସେମାନେ ଜଣେ କି ଦୁଇ ଜଣ ନୁହେଁ ବଲିଉଡ ସେଲିବ୍ରିଟିଙ୍କୁ ଅପହରଣ କରି ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲେ । କିନ୍ତୁ ବିଜନୋର ଏବଂ ମେରୁଟ ପୋଲିସ ଏହି ଗ୍ୟାଙ୍ଗର ପାଞ୍ଚ ଜଣ ଅପହରଣକାରୀଙ୍କୁ ଗିରଫ କରିବା ସହ ଏହି ଅପହରଣ କାହାଣୀରୁ ପରଦା ହଟାଇଛି । ଏହି ଗ୍ୟାଙ୍ଗର ଲିଡରଙ୍କ ସହ ୫ ଜଣଙ୍କୁ ଖୋଜୁଛି ପୋଲିସ ।