୪୨ ଦିନ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ରାଜୁ ଶ୍ରୀବାସ୍ତବ

1 min read

ନୂଆଦିଲ୍ଲୀ: ଜୀବନ ଯୁଦ୍ଧରେ ହାରିଗଲେ କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ । ୪୨ ଦିନ ସଂଘର୍ଷ କରି ଶେଷରେ ଆଖି ବୁଜିଛନ୍ତି ରାଜୁ । ୫୮ ବର୍ଷ ବୟସରେ ଦିଲ୍ଲୀ ଏମସରେ ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ ହୋଇଛି । ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ରାଜୁ ଜିମରେ ଓ୍ୱାର୍କଆଉଟ କରୁଥିବାବେଳେ ତାଙ୍କର ହୃଦଘାତ ହୋଇଥିଲା ଯାହାଫଳରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ରାଜୁଙ୍କର ପୁରା ନାଁ ଥିଲା ସତ୍ୟ ପ୍ରକାଶ ଶ୍ରୀବାସ୍ତବ । ୨୫ ଡିସେମ୍ବର ୧୯୬୩ରେ ଉତ୍ତରପ୍ରଦେଶ କାନପୁରରେ ଜନ୍ମ ଗ୍ରହଣ କରିଥିଲେ ରାଜୁ । ରାଜୁଙ୍କ ଦେହାନ୍ତ ଖବର ଶୁଣି ବଲିଉଡରେ ଶୋକର ଛାୟା ଖେଳିଯାଇଛି । ଏହା ତାଙ୍କ ଫ୍ୟାଙ୍କୁ ବଡ଼ ଝଟକା ଦେଇଛି ।

କିଛି ଦିନ ତଳେ ତାଙ୍କୁ ହୋସକୁ ଆଣିବାକୁ ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଡିଓ କ୍ଲିପ୍ ଶୁଣାଯାଇଥିଲା । ହସ୍ପିଟାଲରେ ଭର୍ତ୍ତି ହେବାର ୧୫ ଦିନ ପରେ ସେ ଆଖି ବି ଖୋଲିଥିଲେ । ବିଗ୍ ବିଙ୍କ ମୋଟିଭେସନାଲ୍ ସ୍ପିଚ ଯୋଗୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ।

କମେଡିଆନ ରାଜୁ ଶ୍ରୀବାସ୍ତବ ବିଗ ବି ଅମିତାଭ ବଚ୍ଚନଙ୍କ ଜଣେ ବଡ ପ୍ରଶଂସକ ଅମିତାଭଙ୍କ ମିମିକ୍ରି କରି ବହୁ ପ୍ରଂଶସା ସାଉଣ୍ଟିଛନ୍ତି ରାଜୁ  ଷ୍ଟେଜ ସୋ ହେଉକି ବଡ ପ୍ରୋଗାମ ସବୁଠି ଅମିତାଭଙ୍କ ଡାଇଲଗ କହି ତାଳିର ହକଦାର ହୋଇଛନ୍ତି ରାଜୁ 

ରାଜୁ ଶ୍ରୀବାସ୍ତବ ଜଣେ ଜଣାଶୁଣା ହାସ୍ୟ ଅଭିନେତା ସେ ଅନେକ ଚଳଚ୍ଚିତ୍ର ସହ ଟିଭି ସିରିୟଲରେ ମଧ୍ୟ କାର୍ଯ୍ୟ କରିଛନ୍ତି   ଏହା ସହ ରାଜୁ ବିଗ୍ ବସ୍, ନଚ ବଲିଏ ଭଳି ରିଏଲିଟି ଶୋରେ ଭାଗ ନେଇ ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି