ପୁଅ-ବୋହୂ ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ କଲେ ହାସ୍ୟ ଅଭିନେତା ମଣିଭଦ୍ର

Comedian Manibhadra complained to the police that his son-in-law was abusing him

ସୋର: ଦିନେ ନିଜର ଧୁରନ୍ଧର ଅଭିନୟ ଓ ନିଆରା ହାସ୍ୟ ସଂଳାପ ମାଧ୍ୟମରେ ଅନ୍ୟ ମୁହଁରେ ହସ ଫୁଟାଉଥିବା ଲୋକ ଆଜି ନିଜେ କାନ୍ଦୁଛି । ଯାତ୍ରା ଜଗତରେ ଖ୍ୟାତନାମା ହାସ୍ୟ ଅଭିନେତା ମଣିଭଦ୍ର ବିଶ୍ୱାଳ ଓରଫ ରସରାଜ ମଣି ପୁଅ ଓ ବୋହୁଙ୍କ ନିର୍ଯ୍ୟାତନାରେ ଶିକାର ହୋଇ ଥାନାରେ ଦ୍ଵାରସ୍ଥ । ସୂଚନା ଅନୁସାରେ ମଣିଭଦ୍ର ଯାତ୍ରା ଜଗତରୁ ଦୀର୍ଘ ୪ ବର୍ଷ ହେବ ଅବସର ନେଇ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ନିଜ ଗାଁ ଓଳିଆପାଟଣାରେ ରହୁଛନ୍ତି ।

ଏବେ ପରିଣତ ବୟସରେ ସେ ପୁଅ ବୋହୂଙ୍କ ପାଇଁ  ଅଲୋଡ଼ା ହେଇଯାଇଛନ୍ତି । ମଣିଭଦ୍ରଙ୍କ ଅଭିଯୋଗ ଅନୁସାରେ ବଡ ପୁଅ ହୃଦାନନ୍ଦ ତାଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଛନ୍ତି । ଏପରିକି ତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ପଲଙ୍କ, ବହିପତ୍ର, ଲୁଗା ଟ୍ରଙ୍କ ଓ ଦେଇଥିବା ସୁନା ବୋତାମ ମାଗିବାରୁ ତାଙ୍କ ବଡ଼ ପୁଅ ହୃଦାନନ୍ଦ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ମଣିଭଦ୍ର ଖନ୍ତାପଡା ଥାନାରେ ଅଭିଯୋଗ କରିଛନ୍ତି ।

Leave a Reply