ଘରୁ ଗଞ୍ଜେଇ ଜବତ ପରେ କମେଡିଆନ୍ ଭାରତୀ ସିଂହଙ୍କୁ ଗିରଫ କଲା NCB

1 min read
Comedian Bharti Singh Arrested After Confession Of Keeping Marijuana

ମୁମ୍ବାଇ: ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା NCB ଏବେ ପୁଣି ଥରେ ସକ୍ରିୟ ହୋଇଛି । ଶନିବାର ମୁମ୍ବାଇ ଏନସିବି କମେଡିଆନ୍ ଭାରତୀଙ୍କୁ ଗିରଫ କରିଛି । ଭାରତୀଙ୍କ ସ୍ୱାମୀ ହର୍ଷଙ୍କୁ ଜେରା କରୁଛି ଏନସିବି । ହର୍ଷଙ୍କ ଉପରେ ଗିରଫଦାରୀ ଖଣ୍ଡା ଝୁଲୁଛି । କୌଣସି ବି ସମୟରେ ଏନସିବି ହର୍ଷଙ୍କୁ ଗିରଫ କରିପାରେ । ଗିରଫ ଭାରତୀ ଆଜି ରାତି ଏନସିବି ଅଫିସରେ ରହିବେ । କାଲି ତାଙ୍କୁ ଅଦାଲତରେ ହାଜର କରାଯିବ ।

ଶନିବାର ଏନସିବି ମୁମ୍ବାଇର ୩ଟି ସ୍ଥାନରେ ରେଡ୍ କରିଥିଲା । ଭାରତୀ ଓ ତାଙ୍କ ସ୍ୱାମୀଙ୍କ ଘରେ ଚଢ଼ାଉ ହୋଇଥିଲା । କୁହାଯାଉଛି- ଭାରତୀଙ୍କ ଫ୍ଲାଟରୁ ଗଞ୍ଜେଇ ଜବତ କରାଯାଇଛି । ଯାହାପରେ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଏନସିବି ସମନ ଜାରି କରିଥିଲା । ଏବେ ଭାରତୀଙ୍କୁ ଏନସିବି ଗିରଫ କରିଛି ।

Comedian Bharti Singh Arrested After Confession Of Keeping Marijuana

୨୧ ନଭେମ୍ବରକୁ ଏନସିବି ଖାର ଦାଣ୍ଡା ଅଞ୍ଚଳରେ ରେଡ୍ କରି LSD, ଗଞ୍ଜେଇ (୪୦ ଗ୍ରାମ୍), ଓ ସାଇକୋଟ୍ରୋପିକ୍ ଔଷଧ ସହିତ ଜଣେ ୨୧ ବର୍ଷୀୟ ତସ୍କରକୁ ଧରିଥିଲା । ଏହାପରେ ଏନସିବି ଅନ୍ୟ ୨ଟି ସ୍ଥାନରେ ରେଡ୍ କରିଥିଲା । କମେଡିଆନ୍ ଭାରତୀ ସିଂହଙ୍କ ପ୍ରଡକ୍ସନ ଅଫିସ୍ ଓ ଘର ଉଭୟ ଜାଗାରେ ରେଡ୍ କରି ୮୬.୫ ଗ୍ରାମ ଗଞ୍ଜେଇ ଜବତ କରିଥିଲା ଏନସିବି । ଉଭୟ ପତି, ପତ୍ନୀ ଗଞ୍ଜେଇ ସେବନ କରୁଥିବା କଥା ମାନିଛନ୍ତି । ଭାରତୀଙ୍କପ ଏନଡିପିଏସ୍ ଆକ୍ଟ ୧୯୮୬ ଆଧାରରେ ଗିରଫ କରାଯାଇଛି ।

Leave a Reply