କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି: ଚୀନ୍‌କୁ ଲାଗିଲା ୨ ହଜାର କୋଟିର ଝଟକା,ଭାରତୀୟ କମ୍ପାନୀଙ୍କୁ ହେବ ଫାଇଦା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଗୋଟିଏ ନିଷ୍ପତ୍ତି ଯୋଗୁଁ ହେବ ଦୁଇଟି ଫାଇଦା । ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ମିିଳିବା ସହ ଚୀନ୍‌କୁ ଲାଗିବ ଝଟକା । ପ୍ରତିବର୍ଷ ଭାରତ ଶହ ଶହ କୋଟି ଟଙ୍କାର ରଙ୍ଗୀନ ଟିଭି ଆମଦାନୀ କରୁଥିବା ବେଳେ ଏବେ ଏହା ଉପରେ ଲାଗିଛି କଟକଣା ।  ଭାରତୀୟ ଟେଲିଭିଜନ ବଜାରରେ ଚାଇନା ବ୍ରାଣ୍ଡର ଟେଲିଭିଜନ୍ ସଂଖ୍ୟାରେ କ୍ରମାଗତ ବୃଦ୍ଧି ପାଉଥିବା ବେଳେ ଏଣିକି ଚୀନ ସହିବ ଆର୍ଥିକ କ୍ଷତି ।

ଗଲଓ୍ୱାନ ଘାଟି ଘଟଣା ପରେ ଚୀନ୍ ବିରୋଧରେ ଭାରତ ଅର୍ଥନୈତିକ ଅବରୋଧ ଜାରି ରଖିଛି । ଦୁଇ ଦଶନ୍ଧି ପରେ, ରଙ୍ଗୀନ ଟିଭି ଆମଦାନୀ ଉପରେ ପ୍ରତିବନ୍ଧକ, ଏହି ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବେ ବିବେଚନା କରାଯାଉଛି । ଏହାପୂର୍ବରୁ ସରକାର ସରକାରୀ କ୍ରୟରେ ଚାଇନାର କମ୍ପାନୀଗୁଡିକର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଅର୍ଥାତ୍ ଚୀନ୍ କମ୍ପାନୀଗୁଡିକ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଠାରୁ କୌଣସି ପ୍ରକାରର ସରକାରୀ କ୍ରୟ ପାଇଁ ବିଡିଂରେ ଅଂଶଗ୍ରହଣ କରିପାରିବେ ନାହିଁ । ଚାଇନାରୁ ଆସୁଥିବା ଏଫଡିଆଇ ନିୟମକୁ ମଧ୍ୟ ପରିବର୍ତ୍ତନ କରାଯାଇଛି ।

Televeesion - Wikipedia

ଭାରତ ପ୍ରତିବର୍ଷ ହଜାରେ କୋଟିର ରଙ୍ଗୀନ ଟିଭି ଆମଦାନୀ କରିଥାଏ। ଏଥିରେ ଚୀନ୍‌ରୁ ଆମଦାନୀ ପ୍ରତିଶତ ଅଧିକ ରହିଛି । FY 2019-20 ଭାରତ ୭୮୧ ନିୟୁତ ଡଲାର ମୂଲ୍ୟର ରଙ୍ଗୀନ ଟିଭି ଆମଦାନୀ କରିଛି (ବର୍ତ୍ତମାନର ମୂଲ୍ୟ ଅନୁଯାୟୀ ପ୍ରାୟ 5800 କୋଟି)। ଏଥିମଧ୍ୟରୁ 42.8 ନିୟୁତ ଡଲାର (ପ୍ରାୟ 3100 କୋଟି) ଭିଏତନାମରୁ ଏବଂ 293 ମିଲିୟନ ଡଲାର (ପ୍ରାୟ 2100 କୋଟି) ଚାଇନାରୁ ଆସିଛି। ଟିଭି ଆମଦାନୀ ଉପରେ ନିଷେଧାଦେଶ ସମ୍ପର୍କରେ  ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (DGFT) ଏକ ବିଜ୍ଞପ୍ତିରେ କହିଛି ଯେ, ରଙ୍ଗୀନ ଟେଲିଭିଜନର ଆମଦାନୀ ନୀତି ସୀମିତ ବର୍ଗରେ ରଖାଯାଇଛି । ଏପରି ପରିସ୍ଥିତିରେ, DGFT ଅନୁମୋଦନ ବିନା ଟିଭି ଆମଦାନୀ ହୋଇପାରିବ ନାହିଁ | DGFT ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଆସେ ।

୩୬ ସେଣ୍ଟିମିଟରରୁ ୧୦୫ ସେଣ୍ଟିମିଟର ପର୍ଯ୍ୟନ୍ତ ସ୍କ୍ରିନ ସାଇଜ୍ ରହିଛି, ଏବଂ ୬୩ ସେଣ୍ଟିମିଟରରୁ କମ୍ ସ୍କ୍ରିନ ସାଇଜ୍ ସହିତ LCD ଟେଲିଭିଜନ୍ ଭାରତକୁ ଆମଦାନୀ ହୋଇଥାଏ । ଏହି ଟିଭି ଭାରତକୁ ରପ୍ତାନୀ କରୁଥିବା ଦେଶଗୁଡ଼ିକ ହେଲା ଚୀନ୍, ଭିଏତନାମ, ମାଲେସିଆ, ହଂକଂ, କୋରିଆ, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ ଏବଂ ଜର୍ମାନୀ ଅନ୍ତର୍ଭୁକ୍ତ।

Leave a Reply