ପୁରୀ: ଜଗା ଦୁଆରୁ ଜୱାଦ ବାଟ କାଟିଛି । ପୁରୀ ଠାରୁ ଦୂରେଇ ଯାଇଛି ସାମୁଦ୍ରିକ ଝଡ଼ । ଶ୍ରୀକ୍ଷେତ୍ର ଆକାଶରେ ବାତ୍ୟା ପରର ଦୃଶ୍ୟ ଅଗଣିତ କାଳିଆ ଭକ୍ତଙ୍କୁ ଆକର୍ଷିତ କରିଛି  । ସତେ ଯେମିତି ପୁରୀ ଆକାଶରେ କିଏ ରଙ୍ଗର ଛିଟା ଲେପି ଦେଇଛି  । ମନେ ହେଉଛି ଯେମିତି ମହାବାହୁ ଲାଲ୍ ଅବୀରରେ ହୋଲି ଖେଳୁଛନ୍ତି  ।

ଅପରାହ୍ନରେ କ୍ୟାମେରାର ଫ୍ରେମରେ କଏଦ ହୋଇଥିବା ଏମିତି କିଛି ବିରଳ ଫଟୋ ଏବେ ସୋସିଆଲ ମିଡ଼ିଆରେ ବେସ ଭାଇରାଲ ହୋଇଛି  । ଜୟ ଜଗନ୍ନାଥ କ୍ୟାପସନ ସାଙ୍ଗକୁ ଫଟୋ ପୋଷ୍ଟ କରୁଛନ୍ତି ୟୁଜର୍ସ  ।

କେବଳ ପୁରୀ ବଡ଼ ଦାଣ୍ଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିନାହିଁ, ବଂର ମହୋଦଧିରେ ମଧ୍ୟ ନୀଳ ଆକାଶରେ ଲାଲର ଛିଟା ଦୃଶ୍ୟମାନ ହୋଇଛି  । ସମୁଦ୍ରର ଢେଉ ଭଳି ଆକାଶରେ ମଧ୍ୟ ବାଦଲର ଢେଉ କାଳିଆର ପାଦ ସ୍ପର୍ଶ କରିବାକୁ ଆସିଥିବା ମନେ ହେଉଛି  ।

Leave a Reply