ଫେବ୍ରୁଆରୀ ୧୦ରୁ ଖୋଲିବ କି କଲେଜ ? ଜାଣନ୍ତୁ ଭାଇରାଲ୍ ଚିଠିର ସତ…
1 min readଭୁବନେଶ୍ୱର: କୋଭିଡ୍ ସଂକ୍ରମଣ ଭିତରେ କେବେ ଖୋଲିବ କଲେଜ୍ ? ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ କୌଣସି ନୀତିଗତ ନିଷ୍ପତ୍ତି ନେଇ ନାହିଁ । ହେଲେ ସୋସିଆଲ୍ ମିଡିଆରେ ଅପପ୍ରଚାର ଚାଲିଛି । ଫେବ୍ରୁଆରୀ ୧୦ରେ କଲେଜ ଖୋଲିବା ନେଇ ସୋସିଆଲ୍ ମିଡିଆରେ ହେଉଥିବା ଅପପ୍ରଚାରକୁ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ସୂଚନାକୁ ମିଛ କହିଛି ଉଚ୍ଚଶିକ୍ଷା ବିଭାଗ ।
A fake letter is circulating in social media purportedly conveying decision of Higher Education Department to reopen colleges and universities from 10th Feb’2022. It is hereby clarified that no such decision has been taken by the state government.
— Higher Education Department, Govt. of Odisha ?? (@DHE_Odisha) January 30, 2022
ଫେବ୍ରୁଆରୀ ୧୦ ତାରିଖରେ କଲେଜ୍ ଖୋଲିବ ନାହିଁ । କଲେଜ ପୁଣିଥରେ ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନଥିବା କହିଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ୱିଟ୍ କରାଯିବା ସହ ଭାଇରାଲ ଚିଠି ମିଛ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟ, ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ଜାନୁଆରୀ ୧୦ରୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ବନ୍ଦ କରାଯାଇଥିଲା ।