୧୧ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ, ୩ ମାସ ଚାଲିବ ପାଠପଢା

1 min read

ଭୁବନେଶ୍ୱର: ଜାନୁଆରୀ ୧୧ ତାରିଖରୁ କଲେଜ ଓ ବିଶ୍ୱ ବିଦ୍ୟାଳୟ ଖୋଲିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଜାନୁଆରୀ ୧୧ରୁ  କଲେଜ ଓ ବିଶ୍ୱ ବିଦ୍ୟାଲୟ ଖୋଲିବା ସହ ମାର୍ଚ୍ଚ ୧୫ର ପର୍ଯ୍ୟନ୍ତ ପାଠପଢା ଚାଲିବ । ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପରୀକ୍ଷା ହେବ ଏବଂ ଏପ୍ରିଲ ୩୦ ମଧ୍ୟରେ ଫଳାଫଳ ପ୍ରକାଶିତ ହେବ ।

ସେହିଭଳି ଶେଷ ସେମିଷ୍ଟାର  କ୍ଲାସ ଏପ୍ରିଲ ୨ରୁ ଆରମ୍ଭ ହୋଇ ଜୁନ ୧୫ ତାରିଖ ଯାଏଁ ଚାଲିବ । ଶେଷ ସେମିଷ୍ଟାର ପାଇଁ ପରୀକ୍ଷା ୧୬ ଜୁନରୁ ଆରମ୍ଭ ହୋଇ ୩୦ ଜୁନରେ ଶେଷ ହେବ । ପରୀକ୍ଷା ଫଳାଫଳ ଜୁଲାଇ ୧୫ ଭିତରେ ପ୍ରକାଶିତ ହେବ ।

କ୍ଲାସ ପାଇଁ ଗାଇଡଲାଇନ୍

ପୂର୍ବଭଳି କ୍ଲାସରେ ସମସ୍ତ ଅଧ୍ୟାୟ ପଢା ଯିବ । ସମ୍ଭବ ହେଲେ କ୍ଲାସର ଭିଡ଼ିଓ ରେକର୍ଡିଂ କରି ଅନୁପସ୍ଥିତ  ବିଦ୍ୟାର୍ଥୀଙ୍କୁ ଯୋଗାଇ ଦିଆଯିବ । କଣ୍ଟେନମେଣ୍ଟ ଜୋନରେ ରହୁଥିବା ବିଦ୍ୟାର୍ଥୀ ଓ ଶିକ୍ଷକ କ୍ଲାସକୁ ଆସିବେ ନାହିଁ । ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କ୍ଲାସରେ ସାନିଟାଇଜେସନ ବ୍ୟବସ୍ଥା ରହିବ । ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ । ଅଧିକ ବିଦ୍ୟାର୍ଥୀ ଥିବା କ୍ଲାସକୁ ବିଭାଜିତ କରାଯିବ । ଶିକ୍ଷାନୁଷ୍ଠାନ ପରିସରରରେ କେହି ବି ଛେପ ପକାଇବେ ନାହିଁ । ୨୦୨୦-୨୦୨୧ ଶିକ୍ଷା ବର୍ଷ ପାଇଁ ଜାନୁଆରୀ ୧୦ରୁ ହଷ୍ଟେଲ ଖୋଲିବ । ପରୀକ୍ଷାକାଳ, ରବିବାର, ସାଧାରଣତନ୍ତ୍ର ଦିବସ , ସରସ୍ୱତୀ ପୂଜା ଓ ଉତ୍କଳ ଦିବସ କୁ ଛାଡ଼ି ଦେଲେ ଅନ୍ୟ ଦିନଗୁଡ଼ିକରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲା ରହିବ ।

Leave a Reply