spot_img

Latest Posts

କଲେଜ ଛାତ୍ରୀଙ୍କୁ ବ୍ଲାକମେଲ ସହ ଗଣଦୁଷ୍କର୍ମ କରିବା ଘଟଣା: ସାମ୍ନାକୁ ଆସିଲା ଏଭଳି ତଥ୍ୟ

କଟକ: କଟକରେ କଲେଜ ଛାତ୍ରୀଙ୍କୁ ବ୍ଲାକମେଲ କରିବା ସହିତ ଗଣଦୁଷ୍କର୍ମ କରିବା ଘଟଣାରେ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ। ମିଳିଥିବା ତଥ୍ୟ ମୁତାବକ ମୁଖ୍ୟ ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କ ସହିତ ଅନ୍ୟ ଅଭିଯୁକ୍ତ ମାନେ ବ୍ଲାକ ବ୍ରଦର୍ସ ଗ୍ରୁପ ନାଁରେ ଏକ ଦଳ ସହିତ ସମ୍ପୃକ୍ତ ଅଛନ୍ତି। ଏହି ଗ୍ରୁପର ସମସ୍ତ ସଦସ୍ୟ ମାନେ ସହର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ଏକାଠି ହୁଅନ୍ତି। ମଜା ମଜଲିସ, ନିଶା ସେବନ ଠାରୁ ଆରମ୍ଭ କରି ବିଭିନ୍ନ କଥା ଗ୍ରୁପରେ ଆଲୋଚନା କରିଥାନ୍ତି।

ବ୍ଲାକ ବ୍ରଦର୍ସ ଗ୍ରୁପ ତିଆରି ହେବାର ମୂଳ ଉଦ୍ଦେଶ୍ୟ କଣ ଏହା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଘଟଣା ପରେ ଅଧିକାଂଶ ସଦସ୍ୟ ଫେରାର ଥିବା ଜଣାପଡ଼ିଛି। ସେପଟେ ପୀଡିତା ଏବେ ଅସୁସ୍ଥ ଅଛନ୍ତି। ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।

Latest Posts

Don't Miss