ବିଚ୍ ରାସ୍ତାରେ କଂଗାରୁ କୋର୍ଟ, କଲେଜ ଛାତ୍ରଙ୍କୁ ମିଳିଲା ଏମିତି ଦଣ୍ଡ

ଗଞ୍ଜାମ: ବିଚ୍ ରାସ୍ତାରେ ବସିଲା କଂଗାରୁ କୋର୍ଟ ଆଉ ତୁରନ୍ତ ନିଷ୍ପତ୍ତି । କମେଣ୍ଟ ମାରିବା ଅଭିଯୋଗରେ କଲେଜ ଛାତ୍ରଙ୍କୁ ନିସ୍ତୁକ ମାଡ଼ । ରାସ୍ତା ଉପରେ ଆଣ୍ଠେଇବାକୁ କହି କିଛି ଲୋକ ଗୋଇଠା ପରେ ଗୋଇଠା ମାରି ଚାଲିଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମଳିଛି ଗଞ୍ଜାମ ଖଲ୍ଲିକୋଟ ମୁଖ୍ୟ ବସଷ୍ଟାଣ୍ଡ ଛକରେ ।

ସୂଚନା ଅନୁଯାୟୀ, ରାମଚନ୍ଦ୍ର ମର୍ଦରାଜ କଲେଜର ଯୁକ୍ତ ଦୁଇ ଦିତୀୟ ବର୍ଷ ଛାତ୍ର ପ୍ରମୋଦ ଶବର କିଛି ଛାତ୍ରୀଙ୍କୁ ଅଶ୍ଳୀଳ କମେଣ୍ଟ ମାରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଲୋକମାନେ ପ୍ରମୋଦଙ୍କୁ ଅଟକ ରଖିବା ପରେ ରାସ୍ତା ଉପରେ ଆଣ୍ଠେଇବାକୁ କହି ନିସ୍ତୁକ ମାଡ଼ ମାରିଥିଲେ । କିଛି ଲୋକ ଏହାର ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ସେହି ଭିଡିଓଟି ଭାଇରାଲ ହେବା ପରେ ପରିବାର ଲୋକେ ଆଜି ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।

 

Leave a Reply