୩ ଦିନିଆ ରିମାଣ୍ଡରେ ଯିବେ ପ୍ରେମୀଯୁଗଳ

ଭୁବନେଶ୍ୱର: ରାଜଧାନୀର ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣା । ୩ ଦିନିଆ ରିମାଣ୍ଡରେ ଯିବେ ପ୍ରେମୀଯୁଗଳ । ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ପୁରୁଷ ବନ୍ଧୁ ବିକାଶ କୁମାର ଓ ପ୍ରେମିକାକୁ ରିମାଣ୍ଡରେ ନେଇ ମୁହାଁମୁହିଁ ମାରାଥନ୍ ଜେରା କରିବ ତମାଣ୍ଡୋ ଥାନା ପୋଲିସ । ରିମାଣ୍ଡରେ ୪୨୦ ପ୍ରେମୀ ଯୁଗଳ ମୁଖା ଖୋଲିବ । ଲୁଟ୍ ଟଙ୍କାରେ ରାଜ୍ୟ ବାହାରେ କରୁଥୁଲେ ଅୟସ ।
ଶିମଲା, ଜାମ୍ମୁ କାଶ୍ମୀର, ଦିଲ୍ଲୀ ଭଳି ପର୍ଯ୍ୟଟନ ସ୍ଥଳ ବୁଲୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏପରିକି ପ୍ରେମିକା ଦେଇଥିବା ୯୭ ଲକ୍ଷ ଟଙ୍କାରୁ ୬୫ ଲକ୍ଷ ଟଙ୍କା ଅନଲାଇନରେ ଜୁଆ ଖେଳିଥିବା ପୋଲିସ ଆଗରେ ମାନିଛି । ବିକାଶ ମୋବାଇଲକୁ ନେଇ ଖୋଳତାଡ଼ କରୁଛି ପୋଲିସ । ମୋବାଇଲରୁ ଟଙ୍କା ସମ୍ବନ୍ଧୀୟ ତଥ୍ୟ ଓ ଏକାଧିକ ଅନଲାଇନ୍ ଗେମ୍ ଆପ୍ ଥିବା ପୋଲିସ ହାତରେ ପ୍ରମାଣ ଲାଗିଛି । ଉଭୟଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଆଦେବନ କରିଥିଲା ପୋଲିସ ।