ବିଟ୍ କଏନରୁ ମାସକରେ ରୋଜଗାର ୯ କୋଟି

ଟେକ୍ସାସ: ବିଟ୍ କଏନକୁ ନେଇ କାହାର ମତ କ’ଣ ହୋଇପାରେ । କିଛି ଲୋକ ଏହାକୁ ନିବେଶର ଏକ ଭଲ ମାଧ୍ୟମ ମାନିଥାନ୍ତି । ସେହିପରି ଏଥିରେ ଟଙ୍କା ଲଗାଇବା ବିପଦ ବୋଲି କିଛି ଲୋକ ଭାବିଥାନ୍ତି । ସେ ଯାହା ବି ହେଉ ବିଟ୍ କଏନରୁ କୋଟି କୋଟି ଟଙ୍କା ରୋଜଗାର କରିବାର ବହୁତ ଉଦାହରଣ ରହିଛି । ଆମେ ଆଜି ଜଣେ ଏମିତି ଯୁବକଙ୍କ କଥା କହିବାକୁ ଯାଉଛୁ ଯିଏ ଅଧାରୁ କଲେଜ ପାଠ ଛାଡ଼ି ଦେଇଥିଲେ । ଏବେ ବିଟ୍ କଏନରୁ ଗୋଟିଏ ମାସରେ ୯ କୋଟି ଟଙ୍କା ରୋଜଗାର କରିପାରିଛନ୍ତି ।

ଯୁବକ ଜଣଙ୍କ ୨୪ ବର୍ଷିୟ ଜନ୍ ପାଉଲ ଓରଫ ଜେପି ବାରକ୍ । ଆମେରିକାର ଟେକ୍ସାସ ସହରରେ ରୁହନ୍ତି । ଏବେ ସେ ବିଟ୍ କଏନରୁ ୧.୩ ମିଲିୟନ ଡଲାର (ଭାରତୀୟ ମୁଦ୍ରାରେ ୯ କୋଟି ୬୭ ଲକ୍ଷ ୭୩ ହଜାର ୩୦୦) ଟଙ୍କା ରୋଜଗାର କରିଛନ୍ତି ।

ଜନ୍ ୨୦୧୨ ମସିହାରେ କ୍ରିପ୍ଟୋ କରେନ୍ସିରେ ନିବେଶ କରିବା ଆରମ୍ଭ କରିଥିଲେ । ସେ ପ୍ରାୟ ୧ ଲକ୍ଷ ଟଙ୍କାର ବିଟ୍ କଏନ୍ କିଣିଥିଲେ । ସେତେବେଳେ ସେ ସ୍କୁଲରେ ପାଠ ପଢୁଥିଲେ । ଜନ୍ ସବୁବେଳେ ଘର ଲୋକଙ୍କୁ ମିଛ କହୁଥିଲେ । ପାଠ ପଢୁଛି ବୋଲି କହି ସେ ସବୁବେଳେ ଅନଲାଇନ୍ ଗେମ୍ସ ଖେଳୁଥିଲେ । ଅନଲାଇନ୍ ଗେମ୍ସ ଖେଳି ଟଙ୍କା ରୋଜଗାର କରିବା ତାଙ୍କୁ ବହୁତ ପସନ୍ଦ ଥିଲା ।

୨୦୧୭ରେ ସେ କମ୍ପ୍ୟୁଟର ସାହାସ୍ୟରେ ‘ବିଟ୍ କଏନ ମାଇନିଂ ଫ୍ୟାସିଲିଟି ସେଟ ଅପ୍’ କରିଥିଲେ । ଏଥିରେ ପ୍ରତି ପଜଲ୍ସର ସମାଧାନରେ ନୂଆ ବିଟ୍ କଏନ୍ କରି ହେଉଥିଲା । ଘରର ବେସମେଣ୍ଟରେ ବସି ଏସବୁ କାମ ସେ କରୁଥିଲେ । ଏହି ସମୟରେ ସେ ନର୍ଥ କରୋଲିନା ବିଶ୍ବବିଦ୍ୟାଳୟରୁ ପାଠପଢ଼ା ଛାଡି ଦେଇଥିଲେ । ଏହାପରେ ପୂରା ସମୟ କ୍ରିପ୍ଟୋ କରେନ୍ସି ସମ୍ପର୍କରେ ବୁଝିବାରେ ଲଗାଇ ଦେଇଥିଲେ । ଘର ଲୋକ ପ୍ରଥମେ ପ୍ରଥମେ ତାଙ୍କ ଏପରି କାମକୁ ବିରୋଧ କରୁଥିଲେ । ପରେ ତାଙ୍କ ମାଆବାପା ମଧ୍ୟ ଏଥିରେ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ ।

‘ବିଟ୍ କଏନ ମାଇନିଂ ଫ୍ୟାସିଲିଟି ସେଟ ଅପ୍’ କରିବାର ଆଇଡିଆ ୨୦୧୩ରେ ଜନଙ୍କ ମନକୁ ଆସିଥିଲା । ସେତେବେଳେ ସ୍କୁଲରେ ତାଙ୍କ ଇଂଲିସ ଶିକ୍ଷକ ତାଙ୍କୁ ବିଜନେସ୍ ପ୍ଲାନ ବନାଇବାକୁ କହିଥିଲେ । ଏହାକୁ ଶେଷ କରିବା ପରେ ସେ ଗ୍ରାଫିକ୍ସ କାର୍ଡ କିଣିବା ଆରମ୍ଭ କରିଥିଲେ । ଏହାପରେ ସେ ନିଜ ଘରେ ଏହି ସେଟ ଅପ୍ ଚଲାଇବା ଆରମ୍ଭ କରିଥିଲେ ।

ତାଙ୍କ ବିଜନେସ୍ ଭଲ ହେବା ଆରମ୍ଭ ହେବା ପରେ ସେ ତାଙ୍କ ମାଇନିଂ ରିଙ୍ଗସ୍ ଅନଲାଇନରେ ବିକ୍ରି କରିବା ଆରମ୍ଭ କରିଥିଲେ । ଏହାପରେ ତାଙ୍କର କିଛି ବନ୍ଧୁ ମଧ୍ୟ ଜନଙ୍କ ସହ ସାମିଲ ହୋଇଥିଲେ । ଆମେରିକାର ଲୋଓ୍ବାରୁ ସେ ଏବେ ତାଙ୍କ କ୍ରିପ୍ଟୋ ଅପରେସନ୍ ଚଲାଉଛନ୍ତି । ୧୩ ଶହ କମ୍ପ୍ୟୁଟର ସାହାସ୍ୟରେ ପ୍ରତିଦିନ ୪୦ ହଜାର ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୨୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

Leave a Reply