ସାଢେ ୪ କୋଟି ଓଡ଼ିଆ ମୋ ପରିବାର ବୋଲି ବରିଷ୍ଠ ଅଧିକାରୀ ସମ୍ମିଳନୀରେ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର: ମୋ ସରକାର ହେଉଛି ଲୋକଙ୍କ ସରକାର’ । ସାଢେ ୪ କୋଟି ଓଡ଼ିଆ ମୋର ପରିବାର । ଲୋକଙ୍କ ସେବା ପାଇଁ ୫-ଟି ଏବଂ ମୋ ସରକାର ଯୋଜନା । ବରିଷ୍ଠ ଅଧିକାରୀ ସମ୍ମିଳନୀରେ ଏ କଥା କହିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଆରମ୍ଭ ହୋଇଛି ବରିଷ୍ଠ ଅଧିକାରୀ ସମ୍ମିଳନୀ । ଏହି ଅବସରରେ ନବୀନ କହିଛନ୍ତି, ଲୋକଙ୍କ ଆଶୀର୍ବାଦରୁ ୨୦ ବର୍ଷ ଧରି ସେବାର ସୁଯୋଗ ପାଇଛୁ ।

୫-ଟି ଓ ମୋ ସରକାରରେ ଆମ କାର୍ଯ୍ୟ ପ୍ରତିଫଳିତ ହେବ । ସେହିପରି ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଆମ ଲକ୍ଷ୍ୟ ବୋଲି ନବୀନ କହିଛନ୍ତି । ଆମେ ସମସ୍ତେ ଏକ ପରିବାର, ଛାତ୍ରଙ୍କ ପାଇଁ ଶିକ୍ଷା ଓ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର । ଗଣତନ୍ତ୍ରରେ ଲୋକ ହେଉଛନ୍ତି ପ୍ରକୃତ ମାଲିକ, ଲୋକଙ୍କ ଟଙ୍କାରେ ଆମେ ଦରମା ପାଉଛୁ । ପଞ୍ଚମ ପାଳିରେ ଉତ୍କୃଷ୍ଟ ସେବା ଯୋଗାଇଦେବା ଆମର ଲକ୍ଷ୍ୟ ।

ସେପଟେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଏଥିରେ ସଚିବ, ଜିଲ୍ଲାପାଳ ଓ ଆଇଏଏସ୍‌  ସାମିଲ ହୋଇଛନ୍ତି । ସରକାରଙ୍କୁ ଭଲ ଆଇଡିଆ ଦେବାକୁ ସମ୍ମିଳନୀରେ IASଙ୍କୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉପସ୍ଥିତ IASଙ୍କୁ ଶପଥ ପାଠ କରାଇଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଥମିକତା ଆଧାରରେ ଲୋକଙ୍କ ସେବା ପାଇଁ ଶପଥ ପାଠ କରାଇଲେ ।

Leave a Reply