spot_img

Latest Posts

‘ଦମନ’ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ: ସ୍ବାସ୍ଥ୍ୟ ବିଭାଗର ୧୨ କର୍ମଚାରୀ ସମ୍ମାନିତ

ନବରଙ୍ଗପୁର: ମ୍ୟାଲେରିଆ ନିରାକରଣରେ ସଫଳ କାର୍ଯ୍ୟ ପାଇଁ ୧୨ କର୍ମଚାରୀଙ୍କୁ ସମ୍ମାନିତ। ନବରଙ୍ଗପୁର ଜିଲ୍ଲାପାଳ କୋମଳ ଲୋଚନ ମିଶ୍ର ସିନେମା ହଲରେ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି । ଆଜି ନବରଙ୍ଗପୁରରେ ଥିବା ସିନେମା ହଲରେ ଦମନ ଚଳଚ୍ଚିତ୍ରକୁ ସ୍ପେସିଆଲ ସ୍କ୍ରିନିଙ୍ଗରେ ଜିଲ୍ଲା ପ୍ରଶାସନ ଅଧିକାରୀ ଓ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଦେଖିଥିଲେ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଭାଷ୍କର ରଇତ, ସିଡିଏମଓ କାଳିପ୍ରସାଦ ବେହେରା, ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ଦମନ ଫିଲ୍ମର ୫୦ ଦିନ ସଫଳତା ଅବସରରେ ନବରଙ୍ଗପୁର ସିନେ ପ୍ଲେକ୍ସରେ ଜିଲ୍ଲାପାଳ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ। ଏହି ସିନେମା ସମସ୍ତ କର୍ମଚାରୀ ମାନଙ୍କ ପାଇଁ ଏକ ପ୍ରେରଣା ହେବ ବୋଲି କହିଛନ୍ତି ଜିଲ୍ଲାପାଳ।

Latest Posts

Don't Miss