ମ୍ୟାଚ ମଝିରେ ଖେଳାଳି ବନିଲେ କୋଚ୍, ସାଥୀ ଖେଳାଳିଙ୍କୁ କହିଲେ…

1 min read

ନନ୍ଦିଘୋଷ ବ୍ୟୁରୋ: ଲାଇଭ ମ୍ୟାଚ ମଝିରେ ଖେଳାଳି ବନିଲେ କୋଚ । ପାକିସ୍ତାନ ସୁପର ଲିଗ ଚାଲିଥିବାବେଳେ ଏଭଳି କିଛି ଦୃଶ୍ୟ ସାମନାକୁ ଆସିଛି । ଇସଲାମବାଦ ଏବଂ ପେଶାଓ୍ବାର ମଧ୍ୟରେ ଚାଲିଥିବା ମ୍ୟାଚ ସମୟରେ ଘଟିଥିବା ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନ୍ୟୁଜିଲାଣ୍ଡର ଜଣାଶୁଣା ଖେଳାଳି କୋଲିନ ମୁନରୋ ଏଭଳି କୋଚ ବନିଯାଇଥିଲେ । ଆଉ ସାଥୀ ଖେଳାଳିଙ୍କୁ ଦେଇଥିଲେ ଗୁରୁ ଜ୍ଞାନ । ଇସଲାମବାଦ ପକ୍ଷରୁ ଖେଳୁଥିବା ମୁନରୋଙ୍କ ଟିମ ପ୍ରଥମେ ବ୍ୟାଟିଂ କରି ୧୯୬ ରନ ସଂଗ୍ରହ କରିଥିଲା । ପେଶାଓ୍ବାର ଏହି ସ୍କୋରକୁ ପିଛା କରିବାକୁ ଯାଇ ୨୯ ରନରେ ପରାସ୍ତ ହୋଇଥିଲା । ତେବେ ପେଶାଓ୍ବାର ଟିମର ଖେଳାଳି ଯେତେବେଳେ ଫାଇନ ଲେଗରେ ଏକ ଛକା ମାରିଥିଲେ ବଲବୟ ବାଉଣ୍ଡୁରି ବାହାରେ ଏକ କ୍ୟାଚ୍ ଧରିଥିଲେ । ଯାହାକୁ ନେଇ କୋଚ ଭୂମିକାରେ ନଜର ଆସିଥିଲେ ମୁନରୋ । ସେ କିଭଳି କ୍ୟାଚ ଧରାଯିବା ଉଚିତ ସେ ସମ୍ପର୍କରେ ଶିଖାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଥିବାବେଳେ ତାଙ୍କ କୋଚ ବୋଲି ସମ୍ବୋଧନ କରିଥିବା କୁହାଯାଇଛି ।