ପ୍ରବଳ ଜାଡ଼ରେ ଥରିବ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲା
1 min readଭୁବନେଶ୍ୱର: ଏବେ ରାଜ୍ୟରେ ପାଗ ଶୁଖିଲା ରହିଛି । ଅନୁଗୁଳ, ଭବାନୀପାଟଣା, ଫୁଲବାଣୀ, ଟିଟିଲାଗଡ଼, ପାରଳାଖେମୁଣ୍ଡି ଆଦି ଅଞ୍ଚଳରେ ଭୋର୍ ସମୟରେ ଘନ କୁହୁଡ଼ି ଦେଖାଯାଉଛି । ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।
#Warning for Day-2 & Day-3
Day-1, Day-4 & Day-5: No Warning pic.twitter.com/VJxfEu5vrM— Meteorological Centre, Bhubaneswar (@mcbbsr) January 2, 2022
ଅନୁଗୁଳ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କୁହୁଡ଼ି ଲାଗି ରହିବ । ସର୍ବନିମ୍ନ ତାପମାତ୍ରା ଆଗାମୀ ୩ ଦିନ ମଧ୍ୟରେ ୩ରୁ ୪ ଡିଗ୍ରୀ ସେଲସିୟସ୍ ଯାଏ ଖସିବ । ପ୍ରବଳ ଶୀତ ନେଇ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ଝାରସୁଗୁଡ଼ା, ବରଗଡ଼, ସୋନପୁର, ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାରେ ଶୀତ ଲହରୀ ଜାରି ରହିବ । ୩ ତାରିଖ ଠାରୁ ୬ ତାରିଖ ସକାଳ ୮ଟା ୩୦ ଯାଏ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।