୧୨ ଡିଗ୍ରୀ ତଳେ ଓଡ଼ିଶାର ୯ ସହର, ୮.୫ ଡିଗ୍ରୀ ସହ ସବୁଠୁ ଥଣ୍ଡା ଦାରିଙ୍ଗବାଡ଼ି

1 min read
Cold Wave Grips Odisha, Mercury Falls 8.5 Degree In Daringabadi

ଭୁବନେଶ୍ୱର: ଥରୁଛି ଓଡ଼ିଶା, ଖସୁଛି ପାରଦ । ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆଜି ରାଜ୍ୟର ୯ ସହରରେ ପାରଦ ୧୨ ଡିଗ୍ରୀ ତଳେ ରହିଛି । ୮.୫ ଡିଗ୍ରୀ ସେଲସିୟସ୍ ସହ ଦାରଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ୧୦ ଡିଗ୍ରୀ ତଳେ ସୁନ୍ଦରଗଡ଼, ବଲାଙ୍ଗିର, କୋରାପୁଟ, ଫୁଲବାଣୀର ତାପମାତ୍ରା ରହିଛି ।

https://twitter.com/mcbbsr/status/1472422000606199808/photo/1

ଫୁଲବାଣୀ ଓ କୋରାପୁଟରେ ପାରଦ ୯.୫ ଡିଗ୍ରୀ ରହିଛି । ସେହିଭଳି ବଲାଙ୍ଗିରରେ ପାରଦ ୯ ଡିଗ୍ରୀ ରହିଥିବାବେଳେ ସୁନ୍ଦରଗଡ଼ରେ ପାରଦ ୧୦ ଡିଗ୍ରୀ ରହିଛି । ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୫.୧ ଡିଗ୍ରୀ ରହିଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୫ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ । ପାଗରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ । ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ କମ୍ ରହିବ । ଗତକାଲି ଫୁଲବାଣୀରେ ସବୁଠାରୁ କମ୍ ତାପମାତ୍ରା ୭ ଡିଗ୍ରୀ ରହିବ ।

Leave a Reply