ଭାରତ-ଚୀନ ମଧ୍ୟରେ ବଢ଼ି ଚାଲିଛି ବିବାଦ, ଏଲ୍‌ଏସିରେ ଚାଲିଛି ଶୀତଳ ଯୁଦ୍ଧ

1 min read

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ଜାରି ରହିଛି ଶୀତଳ ଯୁଦ୍ଧ। ଚୀନ ବିରୋଧରେ ସମ୍ଭାବ୍ୟ ମୁକାବିଲା ଲାଗି ବିପୁଳ ଅସ୍ତ୍ରଶସ୍ତ୍ର ଠୁଳ କରିଛି ଭାରତ। ଚୀନର ମୁକାବିଲା ପାଇଁ ସୀମାରେ ୧୦୫ ଏମଏମ ଫିଲ୍ଡ ଗନ, ବୋଫର୍ସ ତୋପ, ରକେଟ୍, ନୂତନ ଭାବେ ନିର୍ମିତ ଏମ-୭୭୭ ଅଲଟ୍ରା ଲାଇଟ ହାଓଜିର। ପୂର୍ବ ଲଦାଖରେ ଦୁଇ ଦେଶ ସୈନ୍ୟ ମଧ୍ୟରେ ସହାବସ୍ଥାନ ନେଇ କୌଣସି ସୂଚନା ମିଳୁ ନଥିବାରୁ ଭାରତ ଆଗୁଆ ଏହି ପଦକ୍ଷେପ ନେଇଛି। ଭାରତ ନିକଟରେ ରହିଥିବା ଅତି ଶକ୍ତିଶାଳୀ ଚିନୁକ ହେଲିକପ୍ଟର ଜରିଆରେ ଏମ-୭୭୭ ହାଓଜିର ଗୁଡିକୁ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି।

ସୀମାନ୍ତରେ ରାସ୍ତା ନିର୍ମାଣ ଯୋଗୁ ସଡକ ପଥରେ ବି ଅନେକ ଅସ୍ତ୍ରଶସ୍ତ୍ର ଲଦାଖ ଅଞ୍ଚଳକୁ ପଠାଯାଇଛି। ଆର୍ଟିଲେରି ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଟି.କେ. ଚାଓ୍ବଲା କହିଛନ୍ତି, ଭାରତ ନିଜର ସାମର୍ଥ୍ୟ ଅନୁସାରେ ବିଭିନ୍ନ ସ୍ଥାନରେ ଅସ୍ତ୍ରଶସ୍ତ୍ର ମୁତୟନ କରୁଛି। ସେହିପରି ଲଢୁଆ କେ-୯ ବଜ୍ରକୁ ଅତି ଉଚ୍ଚାସ୍ଥାନରେ ମୁତୟନ କରାଯିବା ନେଇ ଚିନ୍ତା କରାଯାଉଛି। ୨୮ରୁ ୩୮ କିଲୋମିଟର ଦୂରକୁ ଗୋଳା ବର୍ଷଣ କରିପାରୁଥିବା ୧୦୦ଟି ୧୫୫ ଏମଏମ କେ-୯ ଜରିଆରେ ଭାରତ ନିଜର ପ୍ରତିରକ୍ଷାକୁ ସୁଦୃଢ କରିବାକୁ ଆଶା ରଖିଛି ସେନା।

ପ୍ରାୟ ୩୦ କିଲୋମିଟର ଦୂରକୁ ଗୋଳା ବର୍ଷଣ କରିପାରୁଥିବା ଏମ-୭୭୭ର ତିନିଟି ରେଜିମେଣ୍ଟ ଏଲଏସିରେ ମୁତୟନ କରାଯାଇଛି। ଚୀନର ପିପୁଲ୍ସ ଲିବରେସନ ଆର୍ମି ବା ପିଏଲଏ ପକ୍ଷରୁ ଏଲଏସିରେ ବହୁ ମଡୁଲାର କଣ୍ଟେନର ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଛି। ପ୍ରାୟ ୮ଟି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏହି କଣ୍ଟେନର ପ୍ରତିଷ୍ଠା ହୋଇଛି ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ସତର୍କ ହୋଇଛି ଭାରତୀୟ ସେନା।

Leave a Reply