କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମିଳିଲା ମରଣୋତ୍ତର ମହାବୀର ଚକ୍ର; ଚୀନ ସେନାଙ୍କୁ ଦେଇଥିଲେ ମୁହଁତୋଡ ଜବାବ

1 min read

ନୂଆଦିଲ୍ଲୀ: ଶହୀଦ ବୀରଙ୍କୁ ମିଳିଲା ଦେଶର ଦ୍ବିତୀୟ ସର୍ବୋଚ୍ଚ ଗ୍ୟାଲେଣ୍ଟ୍ରି ସମ୍ମାନ ମହାବୀର ଚକ୍ର । ଲଦାଖର ବରଫାଞ୍ଚଳ ଗଲଓ୍ବାନ ଘାଟିରେ ଚୀନ ସେନାଙ୍କୁ ମୁହଁତୋଡ ଜବାବ ଦେଇ ଶହିଦ୍ ହୋଇଥିଲେ କର୍ଣ୍ଣେଲ ସନ୍ତୋଷ ବାବୁ । ସନ୍ତୋଷ ବାବୁଙ୍କ ସହ ଆଉ ଚାରି ଜଣ ଭାରତୀୟ ସୈନିକ ମଧ୍ୟ ଗଲଓ୍ବାନ ଘାଟିରେ ଶହିଦ ହୋଇଥିଲେ । ତେବେ ଏହି ଚାରି ଜଣ ସୈନିକଙ୍କୁ ମଧ୍ୟ ମିଳିଛି ଭୀର ଚକ୍ର ।

କର୍ଣ୍ଣେଲ ସନ୍ତୋଷ ବାବୁ ୧୬ ବିହାର ରିଜିମେଣ୍ଟର କମାଣ୍ଡିଙ୍ଗ ଅଫିସର ଥିଲେ । ଗଲଓ୍ବାନ ଘାଟିରେ ଚୀନ ସହ ହୋଇଥିବା ଉତ୍ତେଜନାରେ ଯେଉଁ ୨୦ ଜଣ ଭାରତୀୟ ସେନା ମୃତ୍ୟୁ ବରଣ କରିଥିଲେ ସେମାନଙ୍କ ମଧ୍ୟରୁ ଜଣେ ଥିଲେ କର୍ଣ୍ଣେଲ ସନ୍ତୋଷ ବାବୁ । ସନ୍ତୋଷ ବାବୁଙ୍କ ସହ ୨୦ ଜଣ ଭାରତୀୟ ସୈନିକ ୭ ଘଣ୍ଟା ଧରି ଚୀନ ସୈନିକଙ୍କ ସହ ଲଢ଼େଇ କରି ଶହିଦ୍ ହୋଇଥିଲେ । ତେବେ ଗଲଓ୍ବାନ ଘାଟିର ଏହି ଘଟଣା ପରେ ତୁରନ୍ତ ଲଦାଖ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଗସ୍ତ ସମୟରେ ମୋଦି ଗଲଓ୍ବାନ ଘାଟିରେ ଶହିଦ ହୋଇଥିବା ବୀର ଯବାନଙ୍କ ବାହାଦୁରୀକୁ ପ୍ରଶଂସା କରିଥିଲେ ।

ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମରୋଣତ୍ତର ସମ୍ନାନରେ ସମ୍ମାନିତ କରିଥିଲେ । କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ମାଆ ଓ ପତ୍ନୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଏହି ମହାବୀର ଚକ୍ର ପୁରସ୍କାର ଗ୍ରହଣ କରିଛନ୍ତି । ଗଲଓ୍ବାନ ଘାଟିରେ ଯେଉଁ ସୈନିକମାନେ ଶହିଦ ହୋଇଥିଲେ ସେମାନଙ୍କ ଗ୍ରୁପ୍ କମାଣ୍ଡର ଥିଲେ କର୍ଣ୍ଣେଲ ସନ୍ତୋଷ ବାବୁ ।

Leave a Reply