ରାତିରେ ବଢ଼ିବ ଶୀତ, ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ବହୁଛି ଶୁଷ୍କ ପବନ । ଯାହାଫଳରେ ଧିରେ ଧିରେ ବଢୁଛି ଶୀତ । ଆସନ୍ତା ୩ଦିନ ମଧ୍ୟରେ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା । ଫଳରେ ରାତିରେ ଶୀତ ଅନୁଭୂତ ହେବ । ସର୍ବନିମ୍ନ ତାପମାତ୍ରା ବୌଦ୍ଧ ଓ ଫୁଲବାଣୀ ଠାରେ ୧୩.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ଆସନ୍ତା ୧୬ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହାର ପ୍ରଭାବ ରାଜ୍ୟରେ କେତେ ରହିବ ତା ଉପରେ ପାଣିପାଗ ବିଭାଗର ନଜର ରହିଛି । ହେଲେ ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଶୀତ ବଢିବ ବୋଲି ପାଣିପାଗ କେନ୍ଦ୍ର କହିଛି।