କୋକେନ ରାକେଟକୁ ଧରିବା ପାଇଁ ଆରମ୍ଭ ହେଲା ଛାନଭିନ, ଅଟକ କ୍ରିଉ ମେମ୍ବରଙ୍କୁ ଜେରା

ପାରାଦୀପ: କୋକେନ ରାକେଟକୁ ଧରିବା ପାଇଁ ଆରମ୍ଭ ହେଲା ଛାନଭିନ। ଓଡିଶା ଲିଙ୍କ ନେଇ ସୂଚନା ପରେ STFର ତନାଘନା। ପାରାଦୀପ ଗଲା ସ୍ପେଶାଲ ଟାସ୍କଫୋର୍ସର ୩ ଜଣିଆ ଟିମ୍। ଅଟକ ଥିବା କ୍ରିଉ ମେମ୍ବରଙ୍କୁ ପଚରାଉଚରା କରିବ STF। ଗତକାଲି ପାରାଦୀପ ବନ୍ଦରରୁ ଜବତ ହୋଇଥିଲା ୨୨୦ କୋଟି ଟଙ୍କାର କୋକେନ୍।
ଇଣ୍ଡୋନେସିଆରୁ ଆସିଥିବା ଏମଭି-ଦେବୀ ପାନାମା ନାମକ ଜାହାଜରୁ ମିଳିଥିଲା ଏହି କୋକେନ। ୨୨ଟି କୋକେନ ପ୍ୟାକେଟ୍ ଜବତ ହେବା ପରେ ତଦନ୍ତ ଜାରି ରହିଛି। ପ୍ରତି ପ୍ୟାକେଟର ଆନୁମାନିକ ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି କଷ୍ଟମ୍ସ ବିଭାଗ ପକ୍ଷରୁ ଚଢ଼ାଉ ବେଳେ ମିଳିଥିଲା ବ୍ୟାପକ ପରିମାଣର ନିଶାଦ୍ରବ୍ୟ। ଘଟଣାରେ ଜାହାଜର କ୍ୟାପଟେନଙ୍କୁ ମଧ୍ୟ ଜେରା କରିପାରେ କ୍ରାଇମବ୍ରାଞ୍ଚର STF ଟିମ୍।
ଅଧିକ ପଢନ୍ତୁ- ପାରାଦୀପ ବନ୍ଦରରୁ ଜବତ ହେଲା ୨ଶହ କୋଟି ଟଙ୍କାର କୋକେନ
ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଏହି ଜାହାଜଟି ଗତ ୨୨ ତାରିଖରେ ପାରାଦୀପ ଆସିଥିଲା। ଜାହାଜର ମାଲିକ ଭିଏତନାମର ହୋଇଥିବା ବେଳେ ଜାହାଜରେ ଥିବା ୨୧ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି। ଏତେ ପରିମାଣର ନିଷିଦ୍ଧ ନିଶାଦ୍ରବ୍ୟ କେଉଁଠାରୁ ଆସିଥିଲା ଓ କୁଆାଡ଼େ ଯାଇଥାନ୍ତା ତାକୁ ନେଇ ଖୋଳତାଡ଼ କରାଯାଉଛି।