କୋର୍ଟରେ ଦାଖଲ ହେଲା ପାରାଦୀପ ଜାହାଜରୁ ଜବତ ‘କୋକେନ’

1 min read

ପାରାଦୀପ : ପାରାଦୀପ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ଜବତ ମାମଲା । କୁଜଙ୍ଗ ଏନଡିପିଏସ କୋର୍ଟରେ ଦାଖଲ ହେଲା ଜବତ କୋକେନ। କଷ୍ଟମ୍ସ ବିଭାଗ ପକ୍ଷରୁ ଏହାକୁ କୋର୍ଟରେ ଦାଖଲ କରାଯାଇଛି  । କୋକେନର ପରୀକ୍ଷଣ ପାଇଁ ଏହାକୁ ଜାତୀୟ ଫୋରେନସିକ ଲ୍ୟାବକୁ ପଠାଯିବ । ସମସ୍ତ 22ଟି ପ୍ୟାକେଟରୁ ୫ ଗ୍ରାମ ଲେଖାଏଁ କଢାଯାଇ ପରୀକ୍ଷା ପାଇଁ ପଠାଯିବ। ଅବଶିଷ୍ଟ ସମସ୍ତ କୋକେନକୁ ସିଲ କରାଯାଇ କଷ୍ଟମ୍ସ ବିଭାଗ ଜିମାରେ ରଖାଯିବ । ପରବର୍ତ୍ତୀ ସମୟରେ ଏହାକୁ କୋର୍ଟରେ ଦାଖଲ କରାଯିବ । ଗତ ୩୦ ତାରିଖରେ ପାରାଦୀପ ପୋଲିସ ଇଣ୍ଡୋନେସିଆରୁ ଆସିଥିବା ଏମଭି- ଦେବୀ ପାନାମା ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ଜବତ କରିଥିଲା ।  20 kg cocaine worth Rs 220 crore seized from cargo ship at Odisha's Paradip  Port | India News - The Indian Express

ପ୍ରଥମେ ପାରାଦୀପ ଡିଏସପି ସନ୍ତୋଷ ଜେନା ଓ ଜଟାଧାରୀ ମେରାଇନ ଥାନା ଆଇଆଇସି ମିଳିତ ଚଢାଉ କରି ୮ଟି ପ୍ୟାକେଟକୁ ଜବତ କରିଥିଲେ । ପରେ ସିଆଇଏସଏଫ, କଷ୍ଟମ୍ସ ଓ ଓଡିଶା ପୋଲିସ ସମେତ ଡଗ୍ ସ୍କ୍ବାର୍ଡର ମିଳିତ ଯାଞ୍ଚରେ ମିଳିଥିଲା ଧଳା ପାଉଡର ଥିବା ୨୨ଟି ପ୍ୟାକେଟ । ପରୀକ୍ଷା ନୀରୀକ୍ଷାରେ ଜଣା ପଡ଼ିଥିଲା ଏ ସବୁ ମାରାତ୍ମକ ନିଶାଦ୍ରବ୍ୟ କୋକେନ୍ ।କୋକେନ କେଉଁଠାରୁ ଆାସିଥିଲା, କେଉଁଠାକୁ ଯାଉଥିଲା ଓ ଓଡ଼ିଶାର କିଛି ଲିଙ୍କ ଅଛି କି ନାହିଁ, ଏ ସବୁ ଦିଗରେ ଚାଲିଛି ଖୋଳତାଡ ।