ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡବିଧାନ କରିବେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡବିଧାନ କରିବେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଦିଲ୍ଲୀପଙ୍କ ସମେତ ପାଞ୍ଚ ଜଣକ ବିରୋଧରେ ହେବ ଦଣ୍ଡ ଶୁଣାଣି । ସମସ୍ତ ଦୋଷୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୂର୍ବରୁ ଦିଲ୍ଲୀର ଏକ କୋର୍ଟ ଦିଲ୍ଲୀପଙ୍କୁ ଦୋଶୀ ସାବ୍ୟସ୍ତ କରିଥିଲେ ।

୧୯୯୯ରେ କାଷ୍ଟ୍ରନ୍ ଟେକ୍ନୋଲୋଜିକୁ ଝାଡଖଣ୍ଡ ବ୍ରହ୍ମଡିହା କୋଲ ବ୍ଲକ ଆବଣ୍ଟନରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମାମଲାରେ ସେତେବେଳେ କେନ୍ଦ୍ରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଅଟଳ ବିହାରୀ ବାଜପେୟୀ ସରକାରରେ ଦିଲ୍ଲୀପ ରାୟ କୋଇଲା ମନ୍ତ୍ରୀ ଥିଲେ ।

ଦିଲ୍ଲୀପଙ୍କ ସମେତ ମନ୍ତ୍ରାଳୟର ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ୍ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗତମାସ ୧୪ ତାରିଖରେ ଦଣ୍ଡବିଧାନ ଶୁଣାଣି ତାରିଖ ଆଜି ପାଇଁ ଘୁଞ୍ଚାଇ ଦିଆଯାଇଥିଲା ।

Leave a Reply