ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ରେଳଯାତ୍ରୀ

ବିଶାଖାପାଟଣା : ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ରେଳଯାତ୍ରୀ  । ବିଶାଖାପାଟଣାରୁ କୋରାପୁଟ ଆସୁଥୁବା ପାସେଞ୍ଜର୍ ଟ୍ରେନ ଲାଇନଚ୍ୟୁତ । ଶିବଲିଙ୍ଗପୁରମରେ ଲାଇନଚ୍ୟୁତ ହେଲା ଟ୍ରେନ୍ । ଟ୍ରାକରୁ ଖସିଲା ୬ନମ୍ବର ବଗି । ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଛନ୍ତି ରେଳ ଯାତ୍ରୀ । ବିଶାଖାପାଟଣାରୁ ଆସୁଥୁବା କୋରାପୁଟ କିରଣ୍ଡୁଲ ପାସେଞ୍ଜର୍ ଟ୍ରେନ ଲାଇନଚ୍ୟୁତ ହୋଇଛି । ଖବର ପାଇ ଘଟଣାସ୍ଥଳକୁ ରେଳ ବିଭାଗର ଏକ ଟିମ ସହ ବିଶାଖାପାଟଣା ଡିଆରଏମ ଯାଇଛନ୍ତି । ବର୍ତ୍ତମାନ ରେଳପଥରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।