ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଆରମ୍ଭ, ରୀତାଙ୍କ ପାଇଁ ମାଗିଲେ ଭୋଟ୍

1 min read

ବିଜେପୁର ଉପ ନିର୍ବାଚନ ପାଇଁ ବିଜେଡି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେପୁରର ପୂର୍ବତନ ବିଧାୟକ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପୁଣିଥରେ ଦୁଇଦିନିଆ ପ୍ରଚାର ଅଭିଯାନକୁ ଓହ୍ଲାଇଛନ୍ତି । ଭୁବନେଶ୍ବରରୁ ସ୍ବତନ୍ତ୍ର ହେଲିକପ୍ଟରରେ ଲାଉମୁଣ୍ଡା ଷ୍ଟାଡିୟମରେ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ । ଡିଜିଟାଲ୍ ବସ୍ ମାଧ୍ୟମରେ କୁରକୁଟା ଓ ସେଠାରୁ ପଥରଲା ଯାଇଥିଲେ ନବୀନ ।

ସବୁଠି ସରକାରଙ୍କ ବିକାଶର କଥା ସହ ବିଜେପୁର ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ସଂପର୍କରେ ଅବଗତ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ବରଗଡ଼ରେ ରାତ୍ରୀ ଯାପନ କରିବେ । ଆଜି ବରପାଲି ଓ ବିଜେପୁରରେ ପ୍ରଚାର ପରେ ଆସନ୍ତାକାଲି ଗାଏସିଲରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା କଡ଼ା କଡ଼ି କରାଯାଇଛି । ')}

Leave a Reply