ସ୍କୁଲ୍ ଫି’ ଆଦାୟ ସ୍ଥଗିତ କିମ୍ୱା କମ୍ କରାଯାଉ: ସିଏମ୍ଓ

ଭୁବନେଶ୍ୱର: ସ୍କୁଲ୍ ଫି’ ଆଦାୟ ସ୍ଥଗିତ କିମ୍ୱା କମ୍‌ କରିବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଅପିଲ୍‌ । ଏପ୍ରିଲ ଠାରୁ ଜୁନ୍ ଯାଏଁ ଫି’ ସ୍ଥଗିତ କିମ୍ୱା କମ୍ କରିବାକୁ ଅପିଲ୍  । ଲକ୍‌ଡାଉନ୍ ଯୋଗୁଁ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ଅନେକ ଲୋକେ । ଏଭଳି ଆପାଦକାଳୀନ ପରିସ୍ଥିତିରେ ସହାନଭୂତି ଦେଖାଇ ଫି’ କମାଇବାକୁ ପରାମର୍ଶ କରାଯାଇଛି । ଏହା ଦ୍ୱାରା ଲକ୍‌ଡାଉନ୍ ଯୋଗୁଁ ଯେଉଁ ଅଭିଭାବକଙ୍କ ଆୟ ପ୍ରଭାବିତ ହୋଇଛି ସେମାନେ ଉପକୃତ ହୋଇପାରିବେ ।  ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ଲୋକଙ୍କୁ ଅପିଲ୍ କରାଯାଇଛି ।

Leave a Reply