spot_img

Latest Posts

କଟକରେ ନିର୍ମାଣ ହେବ ବାୟୋ ମିଥାନେସନ ପ୍ଲାଣ୍ଟ, ଘରୁ ବାହାରୁଥିବା ବର୍ଜ୍ୟରୁ ତିଆରି ହେବ ଇନ୍ଧନ

କଟକ ; ଆବର୍ଜନାରୁ ବାହାରିବ ଇନ୍ଧନ । ସିଏମସି ପକ୍ଷରୁ ବଡ଼ ଯୋଜନା । ପ୍ରସ୍ତୁତ ହେବ ବାୟୋ ମିଥାନେସନ ପ୍ଲାଣ୍ଟ । ଯୋଜନାକୁ କଟକବାସୀଙ୍କ ସ୍ବାଗତ । ସହରରୁ ଦୂର ହେବ ଆବର୍ଜନା ସମସ୍ଯା । କଟକ ଉପକଣ୍ଠ ଜଗତପୁରରେ ହେବ ବାୟୋ ମିଥାନେସନ ପ୍ଲାଣ୍ଟ । ବର୍ଜ୍ୟବସ୍ତୁର ପକ୍ରିୟାକରଣ କରାଯାଇ ଏଥିରୁ ବାହାର କରାଯିବ ଇନ୍ଧନ ଗ୍ୟାସ। ପ୍ରଥମେ ଜାଳେଣି ଆଉ ପରେ ପାୱାରପ୍ଲାଣ୍ଟ କରାଯାଇ ସେଥିରୁ ବିଦ୍ୟୁତ ଉତ୍ପାଦନ କରାଯିବ । ଏହି ମେଗା ପ୍ରଜେକ୍ଟ ପାଇଁ ଜଗତପୁରରେ ଜମି ଚୟନ ସରିଥିବା ବେଳେ 30 କୋଟିର ବ୍ୟୟ ବରାଦ କରାଯାଇଛି । ଅଏଲ କର୍ପୋରେସନ ଅଫ ଇଣ୍ଡିଆ ଦ୍ଵାରା ଡିପିଆର ପ୍ରସ୍ତୁତ ହୋଇଛି । ସରକାର ଅନୁମୋଦନ କଲେ ଏହା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ସିଏମସି କମିଶନର ।

କଟକ ଅଞ୍ଚଳରୁ ପ୍ରତିଦିନ ୨୩୪.୨୫ ମେଟ୍ରିକ ଟନ ବର୍ଜ୍ୟ ବସ୍ତୁ ବାହାରୁଛି । ଏଥିରୁ ୧୧୯.୭୪ ଓଦା ଓ ୧୧୪.୫୧ ଟନ ଶୁଖିଲା ଅଳିଆ । ୨୩୪ ଟନ ମଳମାରୁ ୧୫୦ ମେଟ୍ରିକ ଟନର ପକ୍ରିୟାକରଣ କରାଯାଉଥିବା ବେଳେ ୮୪.୨୫ ଟନ ବର୍ଜ୍ୟ ବସ୍ତୁ ପ୍ରତିଦିନ ଚକ୍ରଧରପୁର ଯାଉଛି । ତେବେ ଦୁରଦୃଷ୍ଟି ଅଭାବରୁ ସହର ଭିତରେ ବର୍ଜ୍ୟ ପରିଚାଳନା ତଥା ଖତ ସେଣ୍ଟର କରି ଶେଷରେ କୋର୍ଟଙ୍କ ନିର୍ଦ୍ଦେଶରେ ଏହା ବନ୍ଦ ହୋଇଛି । ତେଣୁ ନୂତନ ଯୋଜନା ଯେପରି ଏହି ପରିସ୍ଥିତି ସହ ଗତି ନକରି ସଫଳ ରୂପାୟନ ହେବ, ସେନେଇ ପ୍ରଚେଷ୍ଟା କରିବାକୁ ଲୋକେ ମତ ଦେଇଛନ୍ତି ।ବର୍ଜ୍ୟ ସମସ୍ୟା ସହରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହି ଯୋଜନା ଯଦି ସଫଳ ହୁଏ ତେବେ ସିଏମସିର ରାଜସ୍ବ ବୃଦ୍ଧି ସହ ଦୁର୍ଗନ୍ଧରୁ ମୁକ୍ତି ପାଇବେ ସହରବାସୀ ।

Latest Posts

Don't Miss