ରାସ୍ତାରେ ଖାଇଲେ ଖଟିଆ ପକାଇ ଶୋଇଲେ କଟକ ମେୟର

କଟକ: ରାସ୍ତାରେ ଖାଇଲେ ଖଟିଆ ପକାଇ ଶୋଇଲେ କଟକ ମେୟର । ଜାଇକା ଯୋଗୁ ହୋଇଥିବା ଗାତର ମରାମତି କାର୍ଯ୍ୟ ତଦାରଖ କରିବାକୁ ଯାଇ ଏପରି ରାତିସାରା ବାହାରେ ଶୋ ଇଲେ ସୁବାସ ସିଂ । କଟକ ଚୌଧୁରୀ ବଜାର ଅଞ୍ଚଳରେ ଜାଇକା ଯୋଗୁ ରାସ୍ତା ଦବି ଯାଇଥିଲା ଓ ଏହାର ମରାମତି କାର୍ଯ୍ୟ ତଦାରଖ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ କଟକ ମେୟର ସୁବାସ ସିଂ । କାର୍ଯ୍ୟ ଡେରି ହେବା ଯୋଗୁ ଯେପର୍ଯ୍ୟନ୍ତ କାର୍ଯ୍ୟ ନସରିବ ସେପର୍ଯ୍ୟନ୍ତ ଏଠାରୁ ଯିବେ ନାହିଁ ବୋଲି କହିଥିଲେ । ଶେଷରେ ସେହି ସ୍ଥାନରେ ଖଟିଆ ପାରି ଶୋଇ କାର୍ଯ୍ୟ ସମ୍ପାଦନ କଲେ ।