କଟକ KFCରେ ମିଳୁଛି ବାସି ବ୍ରେଡ୍‌ର ପିଜା ଆଉ ବର୍ଗର, CMCର ସ୍ୱାସ୍ଥ୍ୟ ବିଭାଗ କଲା ରେଡ୍‌

1 min read

କଟକ: କଟକ ବାଦାମବାଡି KFCରେ ବାସି ବ୍ରେଡ୍‌। ଖବର ପାଇ KFC ଉପରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ବାସି ଓ ଏକ୍ସପାଏରୀ ବ୍ରେଡ୍ ରଖିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ରେଡ କରାଯାଇଛି। ରେଡ ସମରେ ବିପୁଳ ପରିମାଣରେ ବାସି ଏବଂ ଏକ୍ସପାଏରୀ ବ୍ରେଡ୍‌କୁ ଜବତ କରାଯାଇଛି। ଏହି ଚଢ଼ାଉରେ ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ ସାମିଲ ରହିଛନ୍ତି। ଭଲ ଏବଂ ଟେଷ୍ଟି ଖାଇବା ଦିଏ KFC। KFC ହେଉଛି ଏକ ଇଣ୍ଟରନାସନାଲ ବ୍ରାଣ୍ଡ। ଯଦି ଏଭଳି ଏକ ବ୍ରାଣ୍ଡ ଖରାବ ବାସି ଖାଇବା ବିକ୍ରି କରିବ ତେବେ ଲୋକ ବିଶ୍ୱାସ କରିବେତ କାହାକୁ କରିବେ।

ଆଜିର ଦିନରେ KFC ମଧ୍ୟ ଲାଭଖୋର ମନଭାବରେ ବାସି ବ୍ରେଡ ଗ୍ରାହକଙ୍କୁ ଦେଉଛି। ଅଧିକ ଲାଭ ପାଇଁ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଏହି ବ୍ରାଣ୍ଡ। ବ୍ରେଡ୍‌ ପରିମାଣ ଏତେ ଖରାପଯେ ହାତରେ ଧରିଲେ ବ୍ରେଡ୍‌ ଗୁଣ୍ଡ ହୋଇଯାଉଛି। ବହୁଦିନରୁ ଏଭଳି ଅଭିଯୋଗ ହୋଇଆସୁଥିଲା। ଲୋକେ KFCରେ ଖାଇବା ସମୟରେ ବ୍ରେଡ୍‌ ଆମ୍ବିଳା ଏବଂ ତାର ବାସ୍ନା ଏକ ଅଲଗା ପ୍ରକାରର ହେଉଥିଲା। ଯାହାପରେ ସେମାନେ ଦୋକାନ ମାଲିକକୁ ଅଭିଯୋଗ କରିଥିଲେ, କିନ୍ତୁ ଦୋକାନ ମାଲିକ ଖାଇବାରେ ସୁଧାର ଆଣିବା ପରିବର୍ତ୍ତେ ଗ୍ରାହକଙ୍କୁ ଧମକାଉଥିଲା। ଯାହାପରେ ଫୁଡ ସେଫ୍ଟି ଡିପାର୍ଟମେଣ୍ଟରେ ଅଭିଯୋଗ ହୋଇଥିଲା। ଯାହାର ଆଧାରରେ ଆଜି ରେଡ ହୋଇଛି। ପୁରା KFCକୁ ସିଲ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ।

ସେପଟେ ଯେତେ ଯେତେ ରେଡ ହେଉଛି ସେତିକି ନକଲି ସାମଗ୍ରୀର ପରିମାଣ ବଢ଼ିବାରେ ଲାଗିଛି। ନକଲି ସାମଗ୍ରୀର ଆଡ୍ଡାସ୍ଥଳୀ ପାଲଟିଲାଣି କଟକ। ଯେଉଁ କଟକ ନଗର ଆଗରୁ ଧବଳ ଟଗର ଥିଲା। ସେହି କଟକ ଏବେ ତାର ପରିଚୟକୁ ପରିବର୍ତ୍ତନ କରିଛି। ସବୁବେଳେ ନକଲି ସାମଗ୍ରୀ ବିକ୍ରିକୁ ନେଇ କଟକ ଆଗରେ ରହିଛି। ଖାଇବା ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିସ ସବୁର ନକଲି କଟକରେ ପ୍ରସ୍ତୁତ ହେଉଛି।

 

Leave a Reply