କଟକରେ ବିଭିନ୍ନ ଲସି ଓ ସର୍ବତ ଦୋକାନ ଉପରେ ସିଏମସି ସ୍ବାସ୍ଥ୍ୟ ବିଭାଗର ଚଢାଉ

କଟକ: କଟକ ସହରର ବିଭିନ୍ନ ଲସି ଓ ସର୍ବତ ଦୋକାନ ଉପରେ ସିଏମସି ସ୍ବାସ୍ଥ୍ୟ ବିଭାଗର ଚଢାଉ । ବିଶେଷ କରି ବକ୍ସିବଜାରରେ ଥିବା ଦୁଇଟି ବଡ଼ ଲସି ଦୋକାନ ଉପରେ ଚଢାଉ କରି ଦହି, ଏସେନ୍ସ, ସାକାରିନ ଓ ଅନ୍ୟାନ୍ୟ ସାମଗ୍ରୀ ପରୀକ୍ଷା କରିଥିଲେ । ଚଢାଉ ପରେ କିଛି ବାସି ଦହି ଓ ଏସେନ୍ସକୁ ନଷ୍ଟ କରିଛନ୍ତି ଟିମ୍ । ଦୁଇଟି ଦୋକାନଠାରୁ ୫ଶହ ଟଙ୍କା ଲେଖାଏଁ ଫାଇନ ଆଦାୟ କରାଯାଇଛି । ଆଗକୁ ସହରର ଅନ୍ୟ ଲସି ଦୋକାନ ଉପରେ ଚଢାଉ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।