ମୋଦି-ଯୋଗୀଙ୍କ ଫଟୋ ଭାଇରାଲ; ସମାଜବାଦୀ ପାର୍ଟି କହିଲା ‘ତୁମସେ ନ ହୋ ପାଏଗା’

1 min read

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । କିନ୍ତୁ ନିର୍ବାଚନ ଯେତିକି ପାଖେଇ ଆସୁଛି ୟୁପି ରାଜନିତୀ ସରଗରମ ହେବାରେ ଲାଗିଛି । ଉତ୍ତରପ୍ରଦେଶ ଦଖଲ କରିବାକୁ ଏବେଠାରୁ ଉଭୟ ଶାସକ ଓ ବିରୋଧ ଦଳ ରଣନିତୀ ଆପଣାଇଛନ୍ତି । ୨୦୧୭ରେ ବିଜୟୀ ହୋଇଥିବା ଭାରତୀୟ ଜନତା ପାର୍ଟି ଚଳିତ ନିର୍ବାଚନରେ ଏହି ବିଜୟ ଧାରା ବଜାୟ ରଖିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବହୁ କେନ୍ଦ୍ରସ୍ତରୀୟ ନେତା ଉତ୍ତରପ୍ରଦେଶ ଗସ୍ତ କରି ରଣନିତୀ ପ୍ରସ୍ତୁତ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ତିନିଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ବହୁ ପ୍ରକଳ୍ପର ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନାସ୍ୟ ମଧ୍ୟ କରିଛନ୍ତି । ତେବେ ଏହି ଗସ୍ତ ସମୟରେ ମୋଦି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଗୁରୁତ୍ବପୂର୍ଣ୍ଣ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ତେବେ ଏହି ସମୟରେ ମୋଦିଙ୍କ ସହ ଏକ ଫଟୋ ଯୋଗୀ ଟୁଇଟରରେ ସେୟାର କରିଥିଲେ । ଏହି ଫଟୋ ସହ ଯୋଗୀ ଲେଖିଥିଲେ କି “ଆମେ ବାହାରି ପଡ଼ିଛୁ ଶପଥ କରି, ନିଜ ତନ-ମନ ଅର୍ପଣ କରି, ଜିଦ୍‌ ହେଉଛି ସୂର୍ଯ୍ୟ ଉଦୟ କରିବା, ଆକାଶଠାରୁ ଉଚ୍ଚକୁ ଯିବାର ଅଛି, ଏକ ନୂଆ ଭାରତ ଗଢିବାର ଅଛି। ତେବେ ଯୋଗୀ ଏହି ଫଟୋକୁ ଟୁଇଟର ସେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଫଟୋ ଯୋଗୀ ସେୟାର କରିବା ପରେ ବିରୋଧୀମାନେ ମଧ୍ୟ ବହୁ ସମାଲୋଚନା କରିଥିଲେ । ସାମଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହି ଫଟୋକୁ ନେଇ ସମାଲୋଚନା କରିଛନ୍ତି । ସେ ଲେଖିଛନ୍ତି କି ଦୁନିଆର ସ୍ବାର୍ଥ ପାଇଁ ବେଳେବେଳେ ରାଜନୀତିରେ ଏମିତି କରିବାକୁ ପଡେ, ଅସ୍ଥିର ଭାବରେ କାନ୍ଧରେ ହାତ ରଖି କିଛି ପାଦ ଚାଲିବାକୁ ପଡିବ ବୋଲି ଟ୍ବିଟରରେ ଲେଖିଛନ୍ତି ଅଖିଳେଶ ସିଂ ଯାଦବ । ଅଖିଳେଶଙ୍କ ବ୍ୟତୀତ ସମାଜବାଦୀ ପାର୍ଟିର ଏମଏଲଏସି ସୁନିଲ ସିଂ ଯାଦବ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କ ଏହି ଫଟୋକୁ ନେଇ ସମାଲେଚନା କରିଛନ୍ତି । ସେ ଲେଖିଛନ୍ତି କି “ଶୁଣ, ତୁମସେ ନା ହୋ ପାଏଗା । ୟୁପିରେ ଅଖିଳେଶ ଯାଦବ ହିଁ ଆସିବେ ବୋଲି ଲେଖିଛନ୍ତି ସୁନିଲ ସିଂ ଯାଦବ । ମୋଦି-ଯୋଗୀଙ୍କ ଏହି ଫଟୋରେ କଂଗ୍ରେସ ମଧ୍ୟ ସମାଲୋଚନା କରିଛନ୍ତି । କଂଗ୍ରେସ ମୁଖପାତ୍ର ସୁରେନ୍ଦ୍ର ରାଜପୁତ ଟୁଇଟ କରି ସମାଲୋଚନା କରିଛନ୍ତି ।

Leave a Reply