ଫିଲ୍ମ ସିଟିକୁ ନେଇ ମୁହାଁମୁହିଁ ହେଲେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ

1 min read

ମୁମ୍ବାଇ: ପ୍ରସ୍ତାବିତ ନୋଏଡା ଫିଲ୍ମ ସିଟିକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁହାଁମୁହିଁ ହୋଇଛନ୍ତି । ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ମୁମ୍ବାଇ ଗସ୍ତରେ ଅଛନ୍ତି, ଏବଂ ଏଠାରେ ସେ ଫିଲ୍ମ ସିଟିର ନିବେଶକଙ୍କ ସହ ଆଲୋଚନା କରିବେ । ଫିଲ୍ମ ସିଟିର ନିର୍ମାଣକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଖୁସି ନାହାଁନ୍ତି ଏବଂ ସେ ଏହି ଉଦ୍ୟମକୁ ସଫଳ ହେବାକୁ ଦେବେ ନାହିଁ ବୋଲି ମଧ୍ୟ କହିଛନ୍ତି ।

ଗତକାଲି ଇଣ୍ଡିଆନ୍ ମର୍ଚେଣ୍ଟ ଅଫ୍ ଚାମ୍ବରସ୍ ଅଫ୍ କମର୍ସରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ମହାରାଷ୍ଟ୍ର ଗୋଟିଏ ମ୍ୟାଗ୍ନେଟିକ ରାଜ୍ୟ । ଆଜି ବି ମହାରାଷ୍ଟ୍ର ଶିଳ୍ପପତିମାନଙ୍କୁ ଆକର୍ଷିତ କରିବାରେ ଲାଗିଛି । ରାଜ୍ୟରୁ କୌଣସି ବି ଉଦ୍ୟେଗ ବାହାରକୁ ଯିବ ନାହିଁ, ବରଂ ଅନ୍ୟ ରାଜ୍ୟରୁ ଆସୁଥିବା ଉଦ୍ୟେଗପତିମାନେ ମହାରାଷ୍ଟ୍ରରେ ନିବେଶ କରିବେ । ଏବଂ ରାଜ୍ୟର ଶିଳ୍ପଗୁଡ଼ିକ ରାଜ୍ୟରେ ରହିବ ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ପ୍ରତିଯୋଗିତା କରିବା ଭଲ, କିନ୍ତୁ ଯଦି କେହି ଧମକାଇ ନେବାକୁ ଚାହିଁବ, ତେବେ ମୁଁ ତାହା କରିବାକୁ ଦେବି ନାହିଁ । ଆଜି ବି କିଛି ଲୋକ ଆପଣଙ୍କୁ ଭେଟିବାକୁ ଆସିବେ ଏବଂ କହିବେ ଆମସହ ମିଶିଯାଅ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ନାଁ ନ କହି କହିଥିଲେ, ‘ଯଦି ଆପଣଙ୍କର ଶକ୍ତି ଅଛି ତେବେ ଏଠାକାର ଉଦ୍ୟେଗକୁ ବାହାରକୁ ନେଇକି ଯାଅ ।’

ଏସଏନଏସ ପାର୍ଟି ମୁମ୍ବାଇରେ ଥିବା ପାଞ୍ଚ ତାରକା ହୋଟେଲ ବାହାରେ ମରାଠୀରେ ପୋଷ୍ଟର ଲଗାଇଛି । ଯେଉଁଥିରେ ପୋଷ୍ଟରରେ ନୋଏଡାର ପ୍ରସ୍ତାବିତଫିଲ୍ମ ସିଟିକୁ ଟାର୍ଗେଟ କରାଯାଇଥିଲା । ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ନାମ ନେଇ ତାଙ୍କ ସରକାରଙ୍କୁ ଧିକାର କରାଯାଇଛି ।

MNS ପାର୍ଟି ତାହା ପୋଷ୍ଟରରେ ଲେଖିଛି, ‘ଦାଦାସାହେବ ଫାଲକେଙ୍କ ଦ୍ୱାରା ନିର୍ମିତ ଫିଲ୍ମ ସିଟିକୁ ୟୁପି ନେଇଯିବାର ସ୍ୱପ୍ନ ମୁଙ୍ଗେରୀ ଲାଲଙ୍କର । ପୋଷ୍ଟରରେ ଏହାମଧ୍ୟ ଲେଖାଯାଇଛି ଯେ, ‘କେଉଁଠି ରାଜା ଭୋଜ, କେଉଁଠି ଗାଙ୍ଗୁ ତେଲି, କେଉଁଠି ମହାରାଷ୍ଟ୍ର ଭଳି ଉନ୍ନତ୍ତମ ରାଜ୍ୟ ଆଉ କେଉଁଠି ୟୁପିର ଦାରିଦ୍ର୍ୟତା । ବିଫଳ ରାଜ୍ୟର ବେକାରୀକୁ ଲୁଚାଇବା ପାଇଁ ଠକମାନେ ମୁମ୍ବାଇର ଶିଳ୍ପକୁ ୟୁପି ନେବାକୁ ଆସିଛନ୍ତି।

ସୂଚନା ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ନିକଟରେ ଥିବା ଗ୍ରେଟର ନୋଏଡାରେ ଫିଲ୍ମ ସିଟି ନିର୍ମାଣ ପାଇଁ ସ୍ଥାନ ବଣ୍ଟନ କରିଛନ୍ତି । ବର୍ତ୍ତମାନ ସେ ଫିଲ୍ମ ସିଟି ବିଷୟରେ ଜାଣିବା ପାଇଁ ସେ ମୁମ୍ବାଇରେ ପହଞ୍ଚିଛନ୍ତି । ସୂଚନା ଅନୁଯାୟୀ, ଯୋଗୀ ଫିଲ୍ମରେ କାର୍ଯ୍ୟକରିଥିବା ବ୍ୟକ୍ତିତ୍ୱଙ୍କଠାରୁ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ଏକ ଫିଲ୍ମ ସିଟି କରିବା ପାଇଁ କେଉଁ ଜିନିଷ ଉପରେ ବିଶେଷ ଧ୍ୟାନ ଦିଆଯିବା ଉଚିତ୍।

Leave a Reply