କଳାହାଣ୍ଡିରେ ପହଁଚିବ ସ୍ମାର୍ଟ କାର୍ଡ, ସୋମବାର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଏବେ କଳାହାଣ୍ଡି ପାଳି । ସମ୍ବଲପୁର ପରେ କେବିକେରେ ପହଁଚିବ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ  ।   ଗୋଟିଏ କାର୍ଡ ସ୍ୱାସ୍ଥ୍ୟର ଯତ୍ନ ପାଇଁ ଯଥେଷ୍ଟ । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କଳାହାଣ୍ଡିରେ ପ୍ରଦାନ କରିବେ BSKY ସ୍ମାର୍ଟ କାର୍ଡ  ।  ସବୁ ରୋଗର ମାଷ୍ଟର କାର୍ଡ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ । ଗରିବଙ୍କ ଆଶା ବାଡ଼ି ସାଜିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ବିଭିନ୍ନ ଜଟିଳ ରୋଗରେ ପୀଡ଼ିତ ହିତାଧିକାରୀ ଏହି କାର୍ଡ଼ ଜରିଆରେ ଉନ୍ନତମାନର ଚିକିତ୍ସା ସୁବିଧା ପାଉଛନ୍ତି । ଏପରି ସ୍ଥିତିରେ ସଭିଙ୍କ ସ୍ୱାସ୍ଥ୍ୟର ସ୍ମାର୍ଟ କାର୍ଡ ବିତରଣ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ  ।

ଆସନ୍ତାକାଲି କଳାହାଣ୍ଡିରେ ହିତାଧିକାରୀଙ୍କୁ କାର୍ଡ଼ ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି । ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଅପେକ୍ଷା କରିଛନ୍ତି । ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ବାସ୍ଥ୍ୟକ୍ଷେତ୍ରରେ ଡିଜିଟାଲ କାର୍ଡ ପ୍ରଚଳନ କରିଛି । ରାଜ୍ୟରେ ସାଢେ ୩କୋଟି ଲୋକ ଏହି ଯୋଜନାରେ ସାମିଲ ହୋଇଛନ୍ତି ।  ଯୋଜନାରେ ପୁରୁଷମାନଙ୍କ ପାଇଁ ୫ଲକ୍ଷ ଓ ମହିଳାମାନେ ୧୦ ଲକ୍ଷ ଯାଏଁ ଚିକିତ୍ସା ସୁବିଧା ରହିଛି । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ଏବଂ ରାଜ୍ୟ ତଥା ରାଜ୍ୟ ବାହାରର ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଏହି ସୁବିଧା ମିଳିବ ।

Leave a Reply