spot_img

Latest Posts

ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରୀକୁ ସ୍ୱପ୍ନର ସହରରେ ଗଢିତୋଳିବା ପାଇଁ କରିବେ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ଦିନିକିଆ ଗସ୍ତ କାର୍ଯ୍ୟକ୍ରମରେ ବିଶ୍ୱଐତିହ୍ୟ ସହର ଭାବେ ପୁରୀକୁ ଗଢିତୋଳିବା ପାଇଁ ଦେଖିଥିବା ସ୍ୱପ୍ନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ନବୀନ ।  ପୁରୀରେ ପହଞ୍ଚିବା ପରେ ପ୍ରଥମେ ସେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ପରେ ମାର୍କେଟ ଛକଠାରେ ଥିବା ମାର୍କେଟ କମ୍ପ୍ଲେକ୍ସରେ ପହଞ୍ଚି ନିର୍ମାଣ ହେବାକୁ ଥିବା ୭ଟି ବଡ଼ ପ୍ରକଳ୍ପର ଶୁଭ ଦେବେ ।

 

ଅଭଡା ଯୋଜନାରେ ୧୮୧ କୋଟି ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଶ୍ରୀ ସେତୁର ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ ନବୀନ । ଏହାସହ ୧୯୦ କୋଟି ବ୍ୟୟ ଅଟକରେ ନିର୍ମାଣ ହେବାକୁ ଥିବା ଶ୍ରୀଜଗନ୍ନାଥବଲ୍ଲଭ ପଲିଗ୍ରିମ ସେଣ୍ଟର, ୯୦ କୋଟିରୁ ଉର୍ଦ୍ଧ ଟଙ୍କାରେ ନିର୍ମାଣ ହେବାକୁ ଥିବା ମଲ୍ଟି ଲେବେଲ କାର ପାର୍କିଂ, ୪୪ କୋଟରୁ ଉର୍ଦ୍ଧଟଙ୍କାରେ ନିର୍ମାଣ ହେବାକୁ ଥିବା ବଡ଼ଦାଣ୍ଡ ମୁନିସିପାଲଟି ମାର୍କେଟର ପୁନରୁଦ୍ଧାର ପାଇଁ ମଧ୍ୟ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ।

ଏହାସହ ୧୨ କୋଟି ଟଙ୍କାର ସୁମୁଦ୍ର କୂଳ ଭେଡିଂଜୋନ୍‌, ମଙ୍ଗଳାଘାଟରେ ସେଣ୍ଟ୍ରାଲାଇଜଡ୍‌ କିଚେନ୍‌ ଓ ସ୍ୱର୍ଗଦ୍ଵାର ଉନ୍ନତିକରଣର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ଉଦଘାଟନି କାର୍ଯ୍ୟକ୍ରମ ଶେଷ ପରେ ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Latest Posts

Don't Miss